ମାନବିକତା ଦେଖାଇଲେ ତହସିଲଦାର

ବ୍ରହ୍ମପୁର : ମାନବିକତା ଦେଖାଇଲେ ଦିଗପହଣ୍ଡି ତହସିଲଦାର ସିପକ କୁମାର ପାତ୍ର। ଆହତ ଆଦିବାସୀ ମହିଳାଙ୍କୁ ନିଜ ସରକାରୀ ଗାଡିରେ ଆଣି ମେଡିକାଲରେ ଭର୍ତ୍ତି କଲେ।ଗୁରୁତର ମହିଳା ହେଲେ ସୁଷମା ଦଳେଇ।ସୂଚନା ଅନୁସାରେ ଦିଗପହଣ୍ଡି ତହସିଲଦାର ଦୁର୍ଗମ ଅଞ୍ଚଳ ଡ଼ିକିଲିକୁ ଆଜି ଏକ ସରକାରୀ କାର୍ଯ୍ୟରେ ଯାଇଥିବା ବେଳେ ଗୋଟିଏ ପରିବାରରେ କାନ୍ଦ ଶୁଣିଥିଲେ । ଏହା ପରେ ତାଙ୍କ ଘରେ ପହଞ୍ଚି ମେଡିକାଲକୁ ଆଣିଥିଲେ । ପରେ ମହିଳା ଜଣଙ୍କ ଗୁରୁତର ଥିବାରୁ ବ୍ରହ୍ମପୁର ଏମ କେ ସି ଜି କୁ ସ୍ଥାନାନ୍ତର କରାଯାଇଥିଲା । ମହିଳା ଜଣଙ୍କ ଜମିକୁ ଯାଇଥିବା ବେଳେ ବାଉଁଶ ପଶି ଯାଇଥିବା ଜଣାପଡିଛି।

Leave A Reply

Your email address will not be published.