ଆଜିଠୁ ରାଜ୍ୟରେ ଆହୁରି ବଢ଼ିବ ତାତି

ଭୁବନେଶ୍ୱର : ଆଜିଠୁ ଆହୁରି ତାତିବ। ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟର କିଛି ସ୍ଥାନରେ ୪୦ରୁ ୪୨ ଡିଗ୍ରୀ ଛୁଇଁପାରେ ତାପମାତ୍ରା। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବ।ପାରଦ ବୃଦ୍ଧି ପାଇ ମାର୍ଚ୍ଚ ପ୍ରଥମ ସପ୍ତାହରେ କିଛି ସ୍ଥାନରେ ୪୦ରୁ ୪୨ ଡିଗ୍ରୀରେ ପହଞ୍ଚିବ ବୋଲି ଆକଳନ କରିଚି ପାଣିପାଗ ବିଭାଗ। ଗତ ୨୪ ଘଣ୍ଟାରେ ବୌଦ୍ଧ ମାଲକାନଗିରିରେ ସର୍ବାଧିକ ୩୭.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁନେଶ୍ୱରରେ ୩୪.୨ ଓ କଟକରେ ୩୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଓଡ଼ିଶା ଓ ସଲଗ୍ନ ଅଞ୍ଚଳରେ ଗୁରୁଚାପ ସୃଷ୍ଟି ସହ ରାଜ୍ୟକୁ ଦକ୍ଷିଣ ପଟୁ ବଙ୍ଗୋପସାଗରୀୟ ପବନ ଆସିବ। ଏହାର ପ୍ରଭାବରେ ତାପମାତ୍ରା ଆହୁରି ବଢ଼ିଯିବ।

Leave A Reply

Your email address will not be published.