କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ଡିଜିଟାଲ ଓ ମିଡିଆ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଦାଇତ୍ୱ ନେଲେ ରାଜେନ୍ଦ୍ର ପାଢ଼ୀ

ଫୁଲବାଣୀ :- କନ୍ଧମାଳ ଜିଲ୍ଲାର ବିଜୁ ଜନତା ଦଳର ଡିଜିଟାଲ ଓ ମିଡିଆ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ରାଜେନ୍ଦ୍ର ପାଢ଼ୀଙ୍କ ନାମ ଘୋଷିତ ହୋଇଛି । ଘୋଷଣା ପରେ ସାଙ୍ଗଠନିକ ସମ୍ପାଦକ ତଥା ମାନ୍ୟବର ବିଧାୟକ ପ୍ରଣବ ପ୍ରକାଶ ଦାସ, କନ୍ଧମାଳ ସାଂସଦ ଡଃ ଅଚ୍ୟୁତ ସାମନ୍ତ,ଜିଲ୍ଲା ସମସ୍ତ ବିଧାୟକ ଓ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, କନ୍ଧମାଳ ଜିଲ୍ଲା ସଭାପତି ସରୋଜଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଏଥି ସହିତ କନ୍ଧମାଳ ଜିଲ୍ଲାର ସମସ୍ତ ସାମ୍ବାଦିକଙ୍କ ସହଯୋଗ କାମନା କରିଛନ୍ତି ।

Leave A Reply

Your email address will not be published.