ଭିସୁଟ ଛାତ୍ରୀ ମୃତ୍ୟୁ ଘଟଣାରେ ଛାନଭିନ୍: ଆଜି ହେବ ପୁରୁଷ ବନ୍ଧୁ ପ୍ରୀତିମାନ ଦେଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ

ସମ୍ବଲପୁର : ଦିନ ଗଡୁଛି । ରହସ୍ୟ ବଢୁଛି । ବୁର୍ଲା ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁର ଖିଅ ଖୋଜୁଛି ପୋଲିସ । ୩ଟି ଟିମ୍‌ ତନାଘନା ତଦନ୍ତ କରୁଛନ୍ତି । ଏଭଳି ସ୍ଥିତିରେ ଚିନ୍ମୟୀ ପ୍ରିୟଦର୍ଶନୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ଅନ୍ୟ ବନ୍ଧୁ ମାନସ ଟୁଡୁଙ୍କର ହେବ ଲାଏ ଡିଟେକସନ୍‌ ଟେଷ୍ଟ । ଅର୍ଥାତ ତାଙ୍କର ମିଛଧରା ପରୀକ୍ଷା କରିବ ପୋଲିସ । ଏଥିପାଇଁ ଦୁଇ ଜଣଙ୍କୁ ସମ୍ବଲପୁରରୁ ନିଆଯାଇଛି ବୁର୍ଲା । ୩ଟି ଟିମ୍‌ ତନାଘନା ଚଳାଇଥିବା ବେଳେ ସାଇଣ୍ଟିଫିକ୍‌ ଟିମ୍‌ ପିସି ବ୍ରିଜ୍‌ ନିକଟରୁ ତଥ୍ୟ ପ୍ରମାଣ ଯୋଗାଡ଼ କରିଛି ।ଗତକାଲି ପୋଲିସର ଗୋଟିଏ ଟିମ୍‌ ଭୁବନେଶ୍ୱରରେ ତଦନ୍ତ କରି ବୁର୍ଲା ଫେରିଛି । ସେମାନେ ଚିନ୍ମୟୀ ରହୁଥିବା ବିଜେବିନଗର ଭଡ଼ା ଘରେ ଖୋଳତାଡ କରିଥିଲେ । ସେଠାରେ ତାଙ୍କର ଲାପଟପ୍‌ ଓ ଡାଏରୀ ଜବତ କରିଛନ୍ତି । ଡାଏରୀରେ ପ୍ରତିଦିନର ଘଟଣା ଲେଖିଥାଆନ୍ତି ଚିନ୍ମୟୀ । ତେଣୁ ଡାଏରୀରୁ ପୋଲିସକୁ ଅଧିକ ସୁରାକ ମିଳିପାରେ । ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ କିଛି ସାଙ୍ଗଙ୍କ ନାଁରେ ହତ୍ୟା ଅଭିଯୋଗ କରିଛନ୍ତି ଚିନ୍ମୟୀଙ୍କ ପରିବାର । ଅଟକ ଅଛନ୍ତି ପୁରୁଷ ବନ୍ଧୁ ପ୍ରୀତିମାନ ଦେ ଓ ଆଉ ଦୁଇ ଜଣ ସାଙ୍ଗ । ଚିନ୍ମୟୀଙ୍କ ଅସ୍ୱାଭାବିକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା କାରଣ କଣ ? ଯଦି ସିଇସାଇଡ୍‌ ତେବେ କାହିଁକି ଏଭଳି ନିଷ୍ପତ୍ତି ନେଲେ ଚିନ୍ମୟୀ ?

Leave A Reply

Your email address will not be published.