କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଂଜୁରୀ ମିଳିଥିବା ସୂଚନା

ମୟୁରଭଞ୍ଜ: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଂଜୁରୀ ମିଳିଥିବା ସୂଚନା ।ରାଜସ୍ବ ପଂଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସମବାୟ ଆଦି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଥିବା ସୂଚନା । ଯୋଗାଣ ବିଭାଗରେ ଘରୋଇ ଡିଲରଙ୍କ ପୁନଃନିଯୁକ୍ତିକୁ କ୍ୟାବିନେଟ ମଂଜୁରୀ ଦେଇଥିବା ଜଣାପଡିଛି। ସେହିଭଳି ମୟୁରଭଞ୍ଜ ଜିଲ୍ଲାରେ ଏକ ଗୋଶାଳାକୁ ରାଜ୍ୟ ସରକାର ମାଗଣା ଜମି ଯୋଗାଇଦେବେ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଗୋଶାଳାର ଏହି ଜମି ପାଇଁ ଷ୍ଟାମ୍ପ ଡ୍ୟୁଟି ଛାଡ କରାଯିବ । ଆପାର୍ଟମେଣ୍ଟ ଓନରସିପ୍ ବିଲ ସମ୍ପର୍କିତ ଗୃହ ଓ ନଗର ଉନ୍ନୟନର ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ଅନୁମୋଦନ ମିଳିଥିବା ସୂଚନା ମିଳିଛି।

Leave A Reply

Your email address will not be published.