ଖୋର୍ଦ୍ଧା: ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣେ ଆଖି ବୁଜିଲେ, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଟାଙ୍ଗି: ଟାଙ୍ଗୀ ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି । ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଭୁଷଣ୍ଡପୁରର ୨୨ ବର୍ଷୀୟ ମହେଶ୍ୱର ବେହେରା । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଭୂଷଣ୍ଡପୁରରେ ବେଆଇନ କାରଖାନାରେ ବାଣ ଭିଡୁଥିବା ବେଳେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା।ଦୋଳ ଉତ୍ସବ ପାଇଁ ବାଣ ପ୍ରସ୍ତୁତି ବେଳେ ହୋଇଥିଲା ଭୟଙ୍କର ବିସ୍ଫୋରଣ । ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଘଟଣା ଦିନ ସଂଧ୍ୟାରେ ଆଉ ଜଣେ କଟକ ବଡ଼ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ପରେ ଏହି ଘଟଣାକ ଗମ୍ଭୀରତାର ସହ ନେଇଥିଲା ଜିଲ୍ଲା ପ୍ରଶାସନ ଓ ପୋଲିସ। ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ବେଆଇନ ବାଣ ଗୋଦାମ ଓ ବାଣ ପ୍ରସ୍ତୁତି କାରଖାନା ଉପରେ ଚଢଉ କରିଛି ପୋଲିସ।

Leave A Reply

Your email address will not be published.