ଖୁଣ୍ଟରେ ପିଟିହେଲା ବାଇକ୍‌ ଜଣେ ମୃତ

ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ସଡକ ଦୁର୍ଘଟଣା। ଭାରସାମ୍ୟ ହରାଇ ଖୁଣ୍ଟରେ ପିଟିହେଲା ବାଇକ୍‌। ଫଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଲହୁଣିପଡା ଥାନା ବୁଢ଼ାଭୂଇଁ ନିକଟରେ ଘଟିଛି ଏହି ଦୁର୍ଘଟଣା।ସୂଚନା ଅନୁଯାୟୀ ବଣାଇରୁ ଖଣ୍ଡାଧାର ଯାଉଥିବା ବେଳେ ଭାରସାମ୍ୟ ହରାଇ ଖୁଣ୍ଟରେ ବାଇକ୍‌ ପିଟିହୋଇ ଯିବା ଫଳରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଦୁଇ ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.