କ୍ୟାମେରା ଲେନ୍‌ସରେ ବିରଳ ବନ୍ୟଜନ୍ତୁ ଠାବ, ବାଘ ପାଇଁ ଲାଗିଥିଲା ଟ୍ରାପ୍‌ କ୍ୟାମେରା

କେନ୍ଦୁଝର: କ୍ୟାମେରା ଲେନ୍‌ସରେ ବିରଳ ବନ୍ୟଜନ୍ତୁ। ବାଘର ଗତିବିଧି ଜାଣିବା ପାଇଁ ଲାଗିଥିବା ଟ୍ରାପ୍‌ କ୍ୟାମେରାରେ ବିରଳ ବନ୍ୟଜନ୍ତୁ ଠାବ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅନ୍ତର୍ଗତ ଅଟେଇ ଜଙ୍ଗଲରେ ବିରଳ ପ୍ରଜାତିର ଗୟଳ, ଚଉସିଙ୍ଗା, ଝିଙ୍କ ହରିଣ ସମେତ ବନ୍ୟଜନ୍ତୁଙ୍କୁ ଦେଖିବାକୁ ମିଳିଛି। ଅଟେଇ ଜଙ୍ଗଲରେ ମହାବଳ ବାଘ ଥିବା ଜଣାପଡିବା ପରେ ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇଥିଲା ବନ ବିଭାଗ । କ୍ୟାମେରା ଲଗାଇବା ପରେ କଏଦ ହୋଇଥିଲା ମହାବଳ ବାଘ। ଏହାସହ ବିଭିନ୍ନ ବନ୍ୟଜନ୍ତୁଙ୍କୁ ଦେଖିବାକୁ ମିଳିଛି।

Leave A Reply

Your email address will not be published.