ଝାରସୁଗୁଡ଼ା ମୈଦାନରେ ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତ, ଲଢେଇ ପାଇଁ ତୟାର ଦୀପାଳି

ଝାରସୁଗୁଡ଼ା : ୨୪ ପାଇଁ ସଜବାଜ ହୋଇ ସାରିଲେଣି ଦଳ। ବଢିଛି ବିଜେଡି-ବିଜେପି ଆକ୍ରମଣ ପ୍ରତି ଆକ୍ରମଣ। ଏବେ ଝାରସୁଗୁଡ଼ା ମୈଦାନରେ ଲଢେଇ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇ ସାରିଛି। ଉପନିର୍ବାଚନ ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ, ନବ ଦାସଙ୍କ ଲିଗାସୀକୁ ଆଗକୁ ବଢାଇବାକୁ ଲଢେଇ ପାଇଁ ତୟାର ନବଙ୍କ ଝିଅ। ସେହିପରି ବିଜେପିରୁ ଟଙ୍କଧର ତ୍ରିପାଠୀ, ଦିନ ରାତି ଏକ କରି ଗାଁ ଗାଁ ବୁଲୁଛନ୍ତି।ଏହି ସମୟରେ, ଆସନ୍ତା ୨୬ରେ ଭଦ୍ରକ ଲୋକସଭା କ୍ଷେତ୍ର ଗସ୍ତ କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୨୦୧୯ ନିର୍ବାଚନରେ ବିଜେପି କମ ମାର୍ଜିନରେ ହାରିଥିଲା ଭଦ୍ରକ ଲୋକସଭା। ବିଜେଡିର ଦବଦବା ଥିବା ଭଦ୍ରକ ଲୋକସଭା ଉପରେ ଏବେ ଆଶା ବାନ୍ଧି ବସିଛି ବିଜେପି ।

Leave A Reply

Your email address will not be published.