କୂଅ ଭିତରୁ ଆଇନଜୀବୀଙ୍କ ମୃତଦେହ ଉଦ୍ଧାର

କଟକ ; ବିଡାନାସି ନୂଆସାହି ଅଞ୍ଚଳରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ। ଗତକାଲି ବିଳମ୍ବିତ ରାତିରେ ଅଗ୍ନିଶମ ବିଭାଗ ସହାୟତାରେ ଯୁବକଙ୍କ ଘର ପଛ ପଟ କୂଅ ଭିତରୁ ମୃତଦେହ ଉଦ୍ଧାର କଲା ବିଡାନାସି ଥାନା ପୋଲିସ। ମୃତ ଯୁବକ ପୁରିଘାଟ ତଳଲେଲେଙ୍ଗା ବଜାର ଅଂଚଳର ଆର୍ଯ୍ୟ ଭୂଷଣ ଚୌଧୁରୀ। ମୃତକ ଜଣେ ଆଇନଜୀବୀ। ବିଡାନାସି ଥାନାରେ ହତ୍ୟା ଅଭିଯୋଗ ଆଣି ଏତଲା ଦେଲେ ମୃତ ଯୁବକଙ୍କ ମା। ଜମି ଜମା ଗଣ୍ଡଗୋଳ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ତାଙ୍କ ମା। 34 ଆଇପିସି ଏବଂ 302 ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ଆଜି ଏସ ସି ବି ରେ ହେବ ପୋଷ୍ଟମର୍ଟମ। ଘଟଣାସ୍ଥଳକୁ ଯିବ ଫୋରେନସିକ ଟିମ। ଆଖ ପାଖ ଅଞ୍ଚଳର ସିସି ଟିଭି ଯାଞ୍ଚ କରୁଛି ପୋଲିସ।

Leave A Reply

Your email address will not be published.