ମୁମ୍ବାଇ ଗଳିରେ ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଡେଭିଡ ୱାର୍ଣ୍ଣର

ମୁମ୍ବାଇ : ଅଷ୍ଟ୍ରେଲିଆର ଷ୍ଟାର କ୍ରିକେଟର ଡେଭିଡ ୱାର୍ଣ୍ଣର ସୋସିଆଲ ମିଡିଆରେ ବେଶ ଆକ୍ଟିଭ ରହିଥାନ୍ତି। କେତେବେଳେ ଡେଭିଡ ୱାର୍ଣ୍ଣର ଅକ୍ଷୟ କୁମାରଙ୍କୁ ନକଲ କରୁଥିବାର ଦେଖିବାକୁ ମିଳିଛନ୍ତି ତ କେତେବେଳେ ଟାଇଗର ଶ୍ରଫ ପାଲଟି ଆଲିଆଙ୍କ ସହିତ ‘ହୁକ୍ ଅପ୍’ ଗୀତରେ ଡ୍ଯାନ୍ସ କରିଛନ୍ତି। ଏହାସହ ନିଜ ଫନି ଅନ୍ଦାଜ ପାଇଁ ବହୁତ ଜଣାଶୁଣା ୱାର୍ଣ୍ଣର। ଏଥିପାଇଁ ଭାରତରେ ତାଙ୍କ ଫ୍ଯାନ ଫଲୋଇଂ ମଧ୍ୟ କିଛି କମ୍ ନୁହେଁ। ତେବେ ପୁଣି ଥରେ ଭାରତୀୟ ଫ୍ଯାନକଙ୍କୁ ଚକିତ କରିଦେଇଛନ୍ତି ୱାର୍ଣ୍ଣର। ଯାହାର ଏକ ଭିଡିଓ ସେ ସେୟାର କରିଛନ୍ତି। ବର୍ତ୍ତମାନ ଭାରତରେ ଅଛନ୍ତି ଷ୍ଟାର କ୍ରିକେଟର ଡେଭିଡ ୱାର୍ଣ୍ଣର । ଯିଏକି ମୁମ୍ବାଇରେ ଥିବାର ନଜର ଆସିଛନ୍ତି। ମୁମ୍ବାଇ ରାସ୍ତାରେ ତାଙ୍କୁ ଗଲି କ୍ରିକେଟ୍ ଖେଳିୁଥିବାର ଦେଖିବାକୁ ମିଳିଛି । କିଛି ସମୟ ସେ ଗଲି କ୍ରିକେଟ୍ ଖେଳିବା ସହ ପିଲାମାନଙ୍କ ସହିତ ସମୟ ଅତିବାହିତ କରିଥିବା ଦେଖିବାକୁ ମିଳିଛି। ତେବେ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଠାରେ ସେ ଗଳି ରାସ୍ତାରେ କିଛି ପିଲା ଏବଂ ଯୁବକଙ୍କ ସହ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳୁବ। ଏହି ଅଷ୍ଟ୍ରେଲିଆନ୍ କ୍ରିକେଟର ତାଙ୍କ ପ୍ରଶଂସକଙ୍କ ସହ ଖେଳିବାବେଳେ ପ୍ରକୃତରେ ଖୁବ୍ ଖୁସି ଥିବା ଦେଖାଯାଉଥିଲେ ।

Leave A Reply

Your email address will not be published.