ପଞ୍ଚିମା ଝଡ ପ୍ରଭାବରେ ପବନ ସହ ବର୍ଷା, ଉଜୁଡି ଗଲା ଚାଷ

ଧର୍ମଗଡ: ପଞ୍ଚିମା ଝଡ ପ୍ରଭାବ ରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ଅଞ୍ଚଳ ରେ ପବନ ଘଡଘଡି ବିଜୁଳି ସହ ବର୍ଷା। ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଏହାର ପ୍ରଭାବରେ ପନିପରିବା, ମହୁଲ ଫୁଲ ସାଙ୍ଗକୁ ପିଆଜ ଚାଷ ନଷ୍ଟ। ଚିନ୍ତାରେ ଚାଷୀ । କଥାରେ ଅଛି ଚାଷ କାମ ଯାହାର କେତେ ଦୁଃଖ ତାହାର। ଅମଳ ବେଳେ ଦାଉ ସାଜିଛି ପଞ୍ଚିମା ଝଡ ଏହାରି ପ୍ରଭାବରେରେ ପ୍ରବଳ ପବନ ସହ ବର୍ଷା ଯୋଗୁଁ ନଷ୍ଟ ହୋଇଛି ପନିପରିବା ଓ ପିଆଜ ଚାଷ । ଟାଣ ଖରାରେ ପିଆଜ ଚାଷ କରିଥିବା ଚାଷୀଙ୍କୁ ଏବେ ଚିନ୍ତା ରେ ପକାଇଛି ପଶ୍ଚିମା ଝଡ ନଷ୍ଟ କରିଛି ଏକର ଏକର ପିଆଜ। ଆଉ ଆଗକୁ ବର୍ଷା ପବନ ଲାଗି ରହିଲେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବା ଆଶଙ୍କା ରହିଛି। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଗୋତୋମୁଣ୍ଡା ଅଞ୍ଚଳର ଚାଷୀ ପ୍ରତି ବର୍ଷ ରବି ଋତୁରେ ଶହ ଶହ ଏକର ଜମିର ପିଆଜ ଚାଷ କରିବା ସାଙ୍ଗକୁ ମହୁଲ ଫୁଲ ଗୋଟାଈ ପରିବାର ପ୍ରତି ପୋଷଣ କରନ୍ତି। ଚଳିତ ବର୍ଷ କିନ୍ତୁ ପଶ୍ଚିମାଝଡ ଯୋଗୁଁ ପିଆଜ ସାଙ୍ଗକୁ ମହୁଲ ଫୁଲ ବର୍ଷା ଯୋଗୁଁ ନଷ୍ଟ ହୋଇ ପଡ଼ିଛି। ଫଳରେ ପରିବାର ପ୍ରତି ପୋଷଣ କରିବା କଷ୍ଟକର ହୋଇ ପଡ଼ିଛି। ତେବେ କଥା ରହିଛି ଜଳ ବିହୁନେ ସୃଷ୍ଟି ନାଶ ଜଳ ବହୁଳେ ସୃଷ୍ଟି ନାଶ । ପଶ୍ଚିମା ଝଡ ପ୍ରଭାବରେ ଏବେ ଜଳ ବହୁଳ ହୋଇ ଚାଷ ନଷ୍ଟ ହେବାରେ ଲାଗିଛି।

Leave A Reply

Your email address will not be published.