ବିଶ୍ୱ ଯକ୍ଷ୍ମା ଦିବସ: ପୁରୀ ବେଳାଭୂମିରେ ‘ୟେସ ଉଈ କ୍ୟାନ ଉଇନ ଟିବିର’ ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ୟେସ ଉଈ କ୍ୟାନ ଉଇନ ଟିବିର ବାର୍ତ୍ତା ଦେଲେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ୬ଟନ ବାଲିରେ ଏହି ବାଲୁକା ଭାସ୍କର୍ଯ୍ୟକୁ ବେଳାଭୂମିରେ ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । ଆଜି ମାର୍ଚ୍ଚ ୨୪କୁ ସାରା ବିଶ୍ୱରେ ଯକ୍ଷ୍ମା ବା ଟିବି ଦିବସ ରୂପରେ ପାଳନ କରାଯାଉଥିବା ବେଳେ ଯକ୍ଷ୍ମା ରୋଗ ପ୍ରତି ସମସ୍ତଙ୍କୁ ସଚେତନ କରିବା ଏବଂ ଯକ୍ଷ୍ମା ଭଳି ରୋଗକୁ ମୂଳରୁ ପ୍ରତିହିତ କରିବା ଏହି ଦିନର ଉଦ୍ଦେଶ୍ୟ ରହିଥାଏ ।ଯକ୍ଷ୍ମା ଯେକୌଣସି ଅଙ୍ଗରେ ହୋଇପାରେ କିନ୍ତୁ ସାଧାରଣତଃ ଫୁସଫୁସକୁ ସଂକ୍ରମିତ ହୋଇଥାଏ । ଯାହା ମନୁଷ୍ୟ ପାଇଁ ବେଶୀ ହାନିକାରକ ହୋଇଥାଏ । ତେଣୁ ଏହି ବାଲୁକାକଳାରେ ସୁଦର୍ଶନ ଫୁସଫୁସକୁ ସ୍ଥାନ ଦେବା ସହ ଲୋକଙ୍କୁ ସଚେତନ କରାଇଛନ୍ତି ।

Leave A Reply

Your email address will not be published.