ବାହାଘର ସାରି ଫେରୁଥିବା ବେଳେ ଦୁର୍ଘଟଣା: ବାଇକ ଚାଳକ ମୃତ, ୨ ଗୁରୁତର

ପାଟଣାଗଡ଼ : ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ। ସରଗୁଲରୁ ଧୂମାଭଟା ବାହାଘର ସାରି ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ବାଇକରେ ଥିବା ତିନିଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ଅଛନ୍ତି। ଗୁରୁତର ମଧ୍ୟରୁ ଜଣେ ବଲାଙ୍ଗୀର ଓ ଜଣେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତକ ହେଲେ ବିକାଶ ଥପା। ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.