ନିଜ ବନ୍ଧୁକରେ ନିଜେ ଜୀବନ ନେଇଗଲେ ସିଆରପିଏଫ ଜବାନ

ପଦ୍ମପୁର: ସିଆରପିଏଫ ଜବାନଙ୍କ ଆତ୍ମହତ୍ୟା। ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ସିଆରପିଏଫ କ୍ୟାମ୍ପରେ କାର୍ଯ୍ୟରତ ଜବାନ ପ୍ରଶନ୍ନଜିତ ପାଳ ଡ୍ୟୁଟିରେ ଥିବା ସମୟରେ ନିଜ ବନ୍ଧୁକରେ ନିଜେ ଗୁଲିକରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସିଆରପିଏଫ ଜବାନ ଜଣକଙ୍କ ଡ୍ୟୁଟି ରାତି ୧୦ ଟା ରୁ ୧୨ଟା ପର୍ଯ୍ୟନ୍ତ ସୁରକ୍ଷା ଟାଓ୍ବାର ଉପରେ ରହିଥିଲା । ମୄତ ଜବାନ ଜଣକ ପଶ୍ଚିମବଙ୍ଗର ସ୍ଥାୟୀ ବାସିନ୍ଦା ବୋଲି ଜଣାପଡ଼ିଛି । କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡିନାହିଁ ।

Leave A Reply

Your email address will not be published.