ସୁଦୂର ଆଫ୍ରିକାର କେନିୟା ନାଇରୋବିରେ ପ୍ରବାସୀ ଓଡିଆଙ୍କ ଦ୍ବାରା ଉତ୍କଳ ଦିବସ ପାଳନ

ଆଫ୍ରିକା : ଏପ୍ରିଲ ପହିଲା ଅର୍ଥାତ୍ ଏପ୍ରିଲ ୧ ତାରିଖ, ଯାହା ଉତ୍କଳ ଦିବସ ରୂପେ ପାଳନ କରାଯାଏ। ଚଳିତ ବର୍ଷ ବି ଏହି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ବର୍ଷ ପୂର୍ତ୍ତିକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିଥିଲେ ସବୁ ଓଡିଆ । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରେଣ୍ୟଙ୍କୁ ମନେ ପକାଇଥିଲା ସାରା ରାଜ୍ୟ । ଚାରିଆଡେ ଗୁଞ୍ଜରିତ ହୋଇଥିଲା ବନ୍ଦେ ଉତ୍କଳ ଜନନୀ ସଂଗୀତ । ହେଲେ ରାଜ୍ୟ ସମେତ ଦେଶ ବାହାରେ ରହୁଥିବା ପ୍ରବାସୀ ଓଡିଆମାନେ ବି ଉତ୍କଳ ଦିବସକୁ ଖୁବ୍ ଉତ୍ସାହ ସହକାରେ ପାଳନ କରିଥିଲେ । ଏହି ଅବସରରେ ସୁଦୂର ଆଫ୍ରିକାର କେନିୟା ନାଇରୋବିରେ ଉତ୍କଳ ଦିବସକୁ ଅଭିନବ ଉପାୟରେ ପାଳନ କରାଯାଇଥିଲା । ଶ୍ରୀ ଜଗନ୍ନାଥ ଇଷ୍ଟ ଆଫ୍ରିକା ସମାଜ କେନିୟା ଦ୍ଵାରା ପ୍ରବାସୀ ଭାଇ ଓ ଭଉଣୀମାନେ ଏକାଠି ହୋଇ ଉତ୍କଳ ଦିବସରେ ବିଭିନ୍ନ କାର୍ଯ୍ଯକ୍ରମର ଆୟୋଜନ କରିଥିଲେ ।

Leave A Reply

Your email address will not be published.