ଢେଙ୍କାନାଳ ହିନ୍ଦୋଳ NAC ପାଇଁ ଚାଲିଛି ଭୋଟଗ୍ରହଣ: ୫୦ଜଣ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NAC ପାଇଁ ଚାଲିଛି ଭୋଟଗ୍ରହଣ। ୧୬ଟି ୱାର୍ଡ ପାଇଁ ୧୬ଟି ବୁଥରେ ଚାଲିଛି ମତଦାନ। ମୋଟ ୯ ହଜାର ୮୬୩ ଭୋଟର ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଦେବେ । ବିଶେଷ କରି ବୁଥରେ ମହିଳା ମାନଙ୍କ ଭିଡ଼ ଦେଖିବାକୁ ମିଳିଛି। ୧୬ଟି ବୁଥ ଭିତରେ ୨ଟି ପିଙ୍କ୍‌ ବୁଥ ରହିଛି। ୫୦ଜଣ ପ୍ରାର୍ଥୀଙ୍କ ଚାଲିଛି ଭାଗ୍ୟ ପରୀକ୍ଷା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। SP, ଜିଲ୍ଲାପାଳ ଓ ତହସିଲଦାର ବୁଥ ଗୁଡ଼ିକ ବୁଲି ଦେଖୁଛନ୍ତି

Leave A Reply

Your email address will not be published.