ରେକର୍ଡ ସ୍ତରରେ ସୁନା ଦର : ୧୦ ଗ୍ରାମକୁ ଟପିଲା ୬୧ ହଜାର

ଭୁବନେଶ୍ୱର : ୬୧ ହଜାର ଟପିଲା ସୁନା। ସୁନା ଦର ଲଗାତର ବୃଦ୍ଧି ହେଉଥିବାବେଳେ ଗତକାଲି ଏହା ନୂଆ ରେକର୍ଡ କରିଛି। ଫଳରେ ମଲ୍‌ଟି କମୋଡିଟି ଏକ୍ସଚେଞ୍ଜରେ ଫ୍ୟୁଚର ଟ୍ରେଡ୍‌ ବା ଜୁନ୍‌ କଣ୍ଟ୍ରାକ୍ଟ ପାଇଁ ୧୦ ଗ୍ରାମ ପିଛା ସୁନା ଦର ୧୬୬ ଟଙ୍କା ବୃଦ୍ଧି ହୋଇ ୬୧ହଜାର ୧୨୦ଟଙ୍କାରେ ପହଞ୍ଚିଛି। ଏବେ ବିଶ୍ୱ ବଜାରରେ ସୁନା ଚାହିଦା ଉଚ୍ଚରେ ରହିଛି। ଇଣ୍ଡିଆ ବୁଲିୟନ୍‌ ଆଣ୍ଡ ଜୁଏଲର୍ସ ଆସୋସିଏସନ୍‌ ମୁତାବକ ସରଫା ବଜାରରେ ସୁନା ୨୪କ୍ୟାରେଟ ସୁନା ଦର ୧୨୬୨ ଟଙ୍କା ମହଙ୍ଗା ହୋଇ ୬୦ହଜାର ୯୭୭ ଟଙ୍କା ରହିଛି। ସେହିଭଳି ରୁପା ଦର କିଲୋ ପିଛା ୭୪ ହଜାର ଟଙ୍କା ପାର୍‌ କରିଛି।ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬,୨୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୧,୩୬୦ ଟଙ୍କା ରହିଛ। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୬,୨୫୦ ଟଙ୍କା ଓ ୬୧,୩୬୦ ଟଙ୍କା ହୋଇଛି।ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ସ୍ଥିର ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୬,୨୫୦ ଟଙ୍କା ଓ ୬୧,୩୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୬,୪୦୦ ଟଙ୍କା ଓ ୬୧,୫୧୦ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୬,୯୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୨,୦୭୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୬,୨୫୦ ଟଙ୍କା ଓ ୬୧ ,୩୬୦ ଟଙ୍କା ରହିଛି। ଏହା ପୂର୍ବରୁ ମାର୍ଚ୍ଚରେ ସୁନା ସର୍ବକାଳୀନ ରେକର୍ଡ ସ୍ତର ୫୯ହଜାର ୭୫୧ ଟଙ୍କା ଥିଲା। ବିଶେଷକରି ୫ଟି କାରଣ ଯୋଗୁ ସୁନା ମହଙ୍ଗା ହେଉଥିବା ବଜାର ବିଶେଷଜ୍ଞ କହିଛନ୍ତି। ବିଶ୍ୱବଜାର ପ୍ରଭାବିତ ସ୍ଥିତି ଯୋଗୁ ବଢୁଛି ଦର। ଏଭଳି ସ୍ଥିତି ଲାଗି ରହିଲେ ସୁନା ୧୦ ଗ୍ରାମ ପିଛା ୬୫ ହଜାର ଛୁଇପାରେ। ତେଣୁ ଏବେଠୁ ସୁନାରେ ନିବେଶ କରିବା ପାଇଁ ଲୋକମାନେ ପସନ୍ଦ କରୁଛନ୍ତି।

Leave A Reply

Your email address will not be published.