ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଟାଙ୍ଗିଆରେ ଆକ୍ରମଣ: ବାପା ମୃତ ପୁଅ ଗୁରୁତର

ରେଢାଖୋଲ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଟାଙ୍ଗିଆରେ ଆକ୍ରମଣ। ବାପା ମୃତ ପୁଅ ଗୁରୁତର। ରେଢାଖୋଲ ଥାନା କନ୍ଧରା ଗାଁରେ ଘଟିଛି ଅଘଟଣ। ଘର ଭିତରୁ ରାସ୍ତା ଯାଏଁ ଗୋଡାଇ ଗୋଡାଇ ସଂଘବଦ୍ଧ ଭାବେ ଆକ୍ରମଣ କଲେ ଗୋଟେ ପରିବାରର ୪ଜଣ ବ୍ଯକ୍ତି। ଘଟଣା ଘଟେଇ ଘଟଣାସ୍ଥଳରୁ ଆକ୍ରମଣକାରୀ ମାନେ ଫେରାର୍‌ ହୋଇଥିବା ବେଳେ ତୁରନ୍ତ ବ୍ଯକ୍ତିଙ୍କୁ ରେଢାଖୋଲ ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି। ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ହେଲେ କନ୍ଧରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ମେହେର ଓ ଗୁରୁତର ଜଣକୁ ଭଗବାନ ମେହେର ବୋଲି ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଁଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.