ରାସ୍ତା ଅତିକ୍ରମ କରୁଥିବା ବେଳେ ଟ୍ରେନ ଧକ୍କାରେ ଗଲା ଦନ୍ତାର ଜୀବନ

ଅନୁଗୁଳ : ପୁଣି ଏକ ହାତୀ ମୃତ। ଟ୍ରେନରେ କଟି ଗଲା ଦନ୍ତାର ଜୀବନ। ଅନୁଗୁଳ-ସମ୍ବଲପୁର ରେଳ ଲାଇନ୍‌ ଜରପଡ଼ା ଗାଁ ନିକଟରେ ଟ୍ରେନ୍‌ଟି ହାତୀକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ପ୍ରାୟ ୧୦୦ ମିଟର ଦୂରରେ ଛିଟକି ପଡିଥିଲା ହାତୀ।ସମ୍ବଲପୁର- ସାଲିମାର ଟ୍ରେନରେ କଟି ହାତୀ ମରିଥିବା ସୂଚନା। ହାତୀଟି ରେଳଧାରଣା ଅତିକ୍ରମ କରୁଥିବା ବେଳେ ଟ୍ରେନ ଧକ୍କାରେ କଟିଯାଇଥିବା ଜଣାପଡିଛି। ଖବରପାଇ ବନବିଭାଗ ଓ ରେଲ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି।

Leave A Reply

Your email address will not be published.