ଅଲ୍ଲୁ ଅର୍ଜୁନ୍‌ଙ୍କ ଜନ୍ମଦିନରେ ସାମ୍ନାକୁ ଆସିଲା ‘ପୁଷ୍ପା-୨’ର ଟିଜର, ରିଲିଜ୍ ହଉ ହଉ ହେଲା ଭାଇରାଲ୍

ନୂଆଦିଲ୍ଲୀ‌: ତେଲୁଗୁ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍‌ଙ୍କୁ କିଏ ବା ନ ଜାଣେ। ନିଜର ଦମ୍‌ଦାର ଆକ୍ଟିଂ ଯୋଗୁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଲ୍ଲୁ ଅର୍ଜୁନ୍‌। ଅଲ୍ଲୁ ଅର୍ଜୁନ୍‌ଙ୍କ ଫିଲ୍ମ ‘ପୁଷ୍ପା’ ରିଲିଜ୍‌ ହେବା ପରଠାରୁ ପିଲାଠୁ ବଡ଼ ଲୋକଙ୍କ ଯାଏଁ ସମସ୍ତଙ୍କ ମୁଣ୍ଡରେ ପୁଷ୍ପା ଭୂତ ଚଢ଼ିକି ରହିଥିଲା। ଯାହାକୁ ଦେଖିବ ପୁଷ୍ପା… ଝୁକେଗା ନେହିଁ ଶାଲା ଡାଇଲଗ୍‌ କହୁଥିଲେ। ଏହି ଡାଇଲଗ୍‌ ଏତେ ଲୋକପ୍ରିୟ ହୋଇଯାଇଥିଲା ଯେ ଛୋଟ ପିଲାମାନେ ବି ଏହାକୁ କପି କରୁଥିଲେ। ତେବେ ଏହାରି ଭିତରେ ପୁଣି ଶେଷ ହୋଇଛି ବହୁ ଦିନର ଅପେକ୍ଷା। ପୁଷ୍ପା: ଦ ରାଇଜ୍ ବ୍ଲକବଷ୍ଟର ହେବା ପରେ ସମସ୍ତେ ଏହାର ଦ୍ବିତୀୟ ଭାଗକୁ ଅନାଇ ରହିଥିଲେ। ଏବେ ସେହି ଅପେକ୍ଷାର ଅନ୍ତ ଘଟିଛି। ଆଇକନିକ୍ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ପୁଷ୍ପା-୨ର ଟିଜର ରିଲିଜ୍ କରାଯାଇଛି। ଟିସିରିଜର ୟୁଟ୍ୟୁବ ଚ୍ୟାନେଲରେ ଟିଜର ରିଲିଜ୍ ହୋଇଥିବା ବେଳେ ରିଲିଜ୍ ହେଉ ହେଉ ଏହା ଭାଇରାଲ ହୋଇଛି। ଏହି ଫିଲ୍ମରେ ପୁଷ୍ପା ଓରଫ ଅଲ୍ଲୁଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ପାଇବେ ଦର୍ଶକ।

Leave A Reply

Your email address will not be published.