ମର୍ଣ୍ଣିଂ ୱାକ ବେଳେ ବିଜେପି ନେତାଙ୍କୁ ଭୁଜାଲିରେ ଆକ୍ରମଣ

ସୋର : ମର୍ଣ୍ଣିଂ ୱାକ କରୁଥିବା ସମୟରେ ସୋର ଥାନା ନିକଟରେ ବିଜେପି ନଗର ସମ୍ପାଦକ ତଥା ପୂର୍ବତନ କାଉନସିଲର ଲୋକନାଥ ରାଉତ (କାଳିଆ) ଙ୍କୁ ପଛପଟୁ ଦୁଇଜଣ ଦୁର୍ବୃତ୍ତ ଭୁଜାଲି ଆକ୍ରମଣ କରି ଫେରାର ହୋଇଯାଇଛନ୍ତି । ସୋର ଥାନା ନିକଟରେ ଏହି ଘଟଣା ଘଟିଛି। ତାଙ୍କ ମୁଣ୍ଡ, ହାତ ଓ ବାହୁକୁ ଦୁର୍ବୃତ୍ତ ମାନେ ଭୁଜାଲିରେ ହାଣିଛନ୍ତି। ଗୁରୁତର ଅବସ୍ଥାରେ ସୋର ପରେ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର କାରଣ ଜଣା ପଡିନଥିଲେ ମଧ୍ୟ ସେ ଜଣେ ସମିଲ ମାଲିକ ହୋଇଥିବାରୁ ବ୍ୟବସାୟିକ କାରଣରୁ ଆକ୍ରମଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.