ପୁଣି ମାତିଲେ ଲୁଟେରା, ଝାମ୍ପିନେଲେ ସୁନା ଚେନ

ଭୁବନେଶ୍ୱର : ମୁଖାପିନ୍ଧା ଯୁବକଙ୍କ ଆତଙ୍କ। ପୁଣି ରାଜଧାନୀରେ ନିଜ ଦବଦବା ଜାହିର କରିଛନ୍ତି ଲୁଟେରା ଗ୍ୟାଙ୍ଗ। ସାମ୍ନାକୁ ଆସିଲା ଲୁଟ ବେଳର ସିସିଟିଭି ଭିଜୁଆଲ। କଳା ପଲସରରେ ଆସିଲେ ଆଉ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ । ପିଲାଙ୍କୁ ଟ୍ୟୁସନ ନେବାବେଳେ ମହିଳାଙ୍କୁ ଲୁଟିଛନ୍ତି ଦୁର୍ବୃତ୍ତ । ପଳାସପଲ୍ଲୀ ଲେନ-୨ରେ ମୁଖା ପିନ୍ଧି ଚେନ ଝାମ୍ପି ନେଇଛନ୍ତି ଯୁବକ । ଚେନର ଓଜନ ପ୍ରାୟ ୨୦ ଗ୍ରାମ ବୋଲି ଜଣାପଡିଛି । ଏ ନେଇ ଏୟାରପୋର୍ଟ ଥାନାରେ ଏତଲା ଦିଆଯାଇଛି । ଖବର ପାଇ ପୁଲିସ ଛାନଭିନ ଆରମ୍ଭ କରିଛି ।

Leave A Reply

Your email address will not be published.