ବିଜୁ ଜନତା ଦଳର ତିନି ମହଲା ବିଶିଷ୍ଟ ନୂଆ ଅଫିସକୁ ଆଜି ଉଦ୍‌ଘାଟନ କରିବେ ବିଜେଡି ସୁପ୍ରିମୋ: କୋଠାରେ ଫୁଟିଛି ଓଡ଼ିଆ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ଛାପ

ରାଜଧାନୀ :ସଜେଇ ହୋଇଛି ଶଙ୍ଖ ଭବନ । ରାଜଧାନୀର ଏୟାରପୋର୍ଟ ଛକରୁ ଏଜି ଛକ ଯାଏ ରାସ୍ତା ପାର୍ଶ୍ୱରେ ଲାଗିଛି ହୋର୍ଡିଂ । ଲାଇଟ୍‌ ଓ ବେଲୁନରେ ଝଲସୁଛି । ଭୁବନେଶ୍ୱର ୟୁନିଟ-୬ରେ ନିର୍ମିତ ବିଜୁ ଜନତା ଦଳର ତିନି ମହଲା ବିଶିଷ୍ଟ ନୂଆ ଅଫିସ ଚମକୁଛି । ଆଜି ଏହାକୁ ଉଦ୍‌ଘାଟନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟର ପ୍ରଥମ ମହଲାରେ ଦଳୀୟ ସଙ୍କେତ ଶଙ୍ଖର ବିରାଟ ପ୍ରତିକୃତି । କୋଠାରେ ଫୁଟିଛି ଓଡ଼ିଆ କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର ଛାପ । ବେସମେଣ୍ଟରେ ବିଶାଳ ପାର୍କିଂ ସ୍ଥାନ । ନୂଆ ଅଫିସର ପ୍ରଥମ ମହଲାରେ ଏକ ବିରାଟ ହଲ୍‌ । ଏଥିରେ ପ୍ରାୟ ୨ ହଜାର ଲୋକ ବସି ପାରିବେ । ପ୍ରଥମ ମହଲାରେ ରହିଛି ପ୍ରେସ କନଫେରେନ୍ସ ହଲ୍‌ ଓ ୨୫୦ ଆସନ ବିଶିଷ୍ଟ ଗୋଟିଏ ଅଡିଟୋରିୟମ । ଦ୍ୱିତୀୟ ମହଲାରେ ଛାମୁଆ ସଙ୍ଗଠନ ସଭାପତି ଓ ଦଳର ରାଜ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ରହିବ । ଆଇଟି ସେଲ୍‌ ମଧ୍ୟ ଏଠାରେ କାମ କରିବ। ତୃତୀୟ ମହଲାରେ ଦଳ ସୁପ୍ରିମୋଙ୍କ ଦପ୍ତର ରହିଛି।

Leave A Reply

Your email address will not be published.