ଆଜି ମହାମହିମଙ୍କ ଓଡିଶା ଗସ୍ତର ଅନ୍ତିମ ଦିନ

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ଦିନିଆ ଓଡ଼ିଶା ଗସ୍ତର ଆଜି ହେଉଛି ଅନ୍ତିମ ଦିନ। ଆଜି ରାଷ୍ଟ୍ରପତି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ରଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହରେ ଯୋଗ ଦେବେ। ଏହାସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଅପରାହ୍ନରେ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି। ଗତକାଲି ରାଷ୍ଟପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ବୁଲିଯାଇଥିଲେ। ସେ ହେଲିକପ୍ଟରରେ ଯଶିପୁର ଅଭିମୁଖେ ଯାତ୍ରା କରି  ପୂର୍ବାହ୍ନ ୧୦ଟାରେ ଯଶିପୁର ନିକଟ ଛେଳିଗୋଦଳୀ ହେଲିପେଡଠାରେ ଅବତରଣ କରିଥିଲେ। ସେଠାରୁ ସ୍ୱତନ୍ତ୍ର ଗାଡି ଯୋଗେ ସଡକ ପଥରେ ଯାଇ ମଧ୍ୟାହ୍ନ ୧୨ଟା ସମୟରେ ଶିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଥିଲେ। ଅଭୟାରଣ୍ୟର ପ୍ରାକୃତିକ ପରିବେଶରେ କିଛି ସମୟ ବୁଲି ଚହଲାରେ ମଧ୍ୟାହ୍ନ ଭୋଜନ କରିଥିଲେ। ଶିମିଳିପାଳରେ ପରିଭ୍ରମଣ କାଳରେ ବିଭିନ୍ନ ଇକୋ ଡେଭଲପମେଣ୍ଟ କମିଟିର କର୍ମୀ ସହାୟତା କରିଥିଲେ।

Leave A Reply

Your email address will not be published.