କ୍ୟାପିଟାଲ ହସ୍ପିଟାଲରେ ଫାର୍ମାଲିନର ଅଭାବ । ମୃତଶରୀର ସଂରକ୍ଷିତ କରି ରଖିବାରେ ହେଉଛି ସମସ୍ୟା

କ୍ୟାପିଟାଲ : କ୍ୟାପିଟାଲ ହସ୍ପିଟାଲରେ ମୃତଶରୀରକୁ ଅଧିକ ଦିନ ସଂରକ୍ଷିତ କରି ରଖିବା ପାଇଁ ଆବଶ୍ୟକ ଥିବା ଫର୍ମାଲିନର ଅଭାବ ଦେଖାଦେଇଛି । ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶବ ହସ୍ପିଟାଲର ଶବ ଗୃହରେ ରଖାଯାଇଛି । ହେଲେ ମୃତଶରୀରକୁ ଅଧିକ ଦିନ ସଂରକ୍ଷିତ କରି ରଖିବା ପାଇଁ ଆବଶ୍ୟକ ପରିମାଣଣ ଫର୍ମାଲିନର ନଥିବାରୁ କର୍ତୁପକ୍ଷ ଚିନ୍ତାରେ ପଡିଯାଇଛନ୍ତି । ସାଧାରଣତଃ ଗୋଟିଏ ଶବ ସରଂକ୍ଷଣ ପାଇଁ ଦିନକୁ ୧ରୁ ୨ ଲିଟର ଫର୍ମାଲିନର ଆବଶ୍ୟକତା ରହିଛି । ଫର୍ମାଲିନର ଅଭାବ ଯୋଗୁ ଗତକାଲି ସନ୍ଧ୍ୟାରେ ଆଉ ୩୦ ଲିଟର ଫର୍ମାଲିନ ଅଣାଯାଇଥିବା ସୂଚନା ମିଳିଛି । ହେଲେ ହଠାତ୍ ଏତେ ସଂଖ୍ୟାରେ ମୃତ ଦେହ ଆସିବା ଯୋଗୁ ଏପ୍ରକାର ସଙ୍କଟ ଦେଖାଦେଇଛି ।

Leave A Reply

Your email address will not be published.