ବିଭିନ୍ନ ସଂସଦୀୟ କ୍ଷେତ୍ର ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି : ଜାଣନ୍ତୁ, କେଉଁଠି କାହାକୁ ମିଳିଲା ଦାୟିତ୍ୱ ?

ବ୍ରହ୍ମପୁର : ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ବିଜେଡି ପର୍ଯ୍ୟବେକ୍ଷକ ହୋଇଛନ୍ତି ମାନସ ମଙ୍ଗରାଜ । ସେହିପରି ଶ୍ରୀମୟୀ ମିଶ୍ର ହୋଇଛନ୍ତି ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ଦଳୀୟ ପର୍ଯ୍ୟବେକ୍ଷକ । ବିଜେଡି ସୁପିମୋ ନବୀନ ପଟ୍ଟନାୟକ, ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି । ହିନ୍ଦୋଳ ଓ ଢେଙ୍କାନାଳ ବିଧାନସଭା ମଣ୍ଡଳୀ ପାଇଁ ସୁଶାନ୍ତ ରାଉତଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ତେଲକୋଇ ବିଧାନସଭା ମଣ୍ଡଳୀ ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ହୋଇଛନ୍ତି ଅଶୋକ ବଳ ।

ସେହିପରି ପରଜଙ୍ଗ ଓ କାମାକ୍ଷାନଗର ବିଧାନସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ଆଶିଷ ଚକ୍ରବର୍ତୀ । ଅନୁଗୁଳ ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ଭାବେ କୁନା ବିହାରୀ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ । ଏ ନେଇ ବିଜେଡି ପକ୍ଷରୁ ପ୍ରେସ୍ ରିଲିଜ୍ ଜାରି କରାଯାଇଛି ।

Leave A Reply

Your email address will not be published.