5Tରେ ରୂପାନ୍ତରୀଣ ହେବ କନ୍ଧମାଳ ଜିଲ୍ଲାର ସବୁ ସ୍କୁଲ ଓ କଲେଜ: 5T ସଚିବ

କନ୍ଧମାଳ: କନ୍ଧମାଳ ଜିଲ୍ଲାର ସବୁ ସ୍କୁଲ ଓ କଲେଜକୁ 5Tରେ ଅନ୍ତର୍ଭୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କନ୍ଧମାଳ ପୋଲିସ ଗ୍ରାଉଣ୍ଡରେ ଜିଲ୍ଲାର ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଏହି ଖୁସି ଖବର ଦେଇଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ସ୍କୁଲ ଓ କଲେଜର ରୂପାନ୍ତରଣକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେଇ ତୁରନ୍ତ ଛାତ୍ରଛାତ୍ରୀଙ୍କ ମୋବାଇଲକୁ ମେସେଜ ଆସିଥିଲା । ନୂଆବର୍ଷ ପୂର୍ବରୁ ସବୁ ସ୍କୁଲ, କଲେଜର ରୂପାନ୍ତରଣ କରାଯିବ । ଛାତ୍ରଛାତ୍ରୀ ସ୍ମାର୍ଟ ସ୍କୁଲ ସହିତ ଇ-ଲାଇବ୍ରେରୀର ସୁବିଧା ପାଇବେ । ପିଲାମାନଙ୍କ ସ୍ବପ୍ନକୁ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଇଛନ୍ତି । କଠିନ ପରିଶ୍ରମ କରି ଆତ୍ମବିଶ୍ବାସର ସହିତ ସ୍ବପ୍ନ ପୂରଣ କରିବାକୁ ମୁଖ୍ୟମନ୍ତ୍ରୀ ଚାହୁଁଛନ୍ତି ବୋଲି 5T ସଚିବ କହିଛନ୍ତି ।ନିଜ ଘରେ କାମ କରିବାବେଳେ ବାପାଙ୍କ ସହଯୋଗ କରିବା ଭଳି ସ୍କୁଲର ରୂପାନ୍ତରଣରେ ସାମିଲ ହୋଇ ଶ୍ରମଦାନ କରିବାକୁ 5T ସଚିବ ପରାମର୍ଶ ଦେଇଛନ୍ତି । ସ୍କୁଲରେ ଥିବା ବର୍ତ୍ତମାନର କ୍ଲାସରୁମ ଏବଂ ରୂପାନ୍ତରଣ ପରେ କେମିତି ଦିଶୁଛି ତାହାର ଭିଡିଓ କରି ସ୍ମୃତି ରଖିବେ ଛାତ୍ରଛାତ୍ରୀ । ଭଲ ଭିଡିଓକୁ 5T ସଚିବ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିବେ । ଖୁବଶୀଘ୍ର ସ୍କୁଲ ଓ କଲେଜରେ ସମସ୍ତ ଶିକ୍ଷକ ଓ ଅନ୍ୟାନ୍ୟ ପଦ ପୂରଣ କରାଯିବ ବୋଲି କହିଛନ୍ତି 5T ସଚିବ ।

Leave A Reply

Your email address will not be published.