ପ୍ରଫୁଲ୍ଲ ସାମଲଙ୍କ ବୟସ ହେଲାଣି ବାଚଳାମି କରୁଛନ୍ତି: ବିଜେଡି

ପୂର୍ବତନ ମନ୍ତ୍ରୀ ତଥା  ବରିଷ୍ଠ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ନିଜ ଦଳ ଭର୍ତ୍ସନା କରିଛି । ପ୍ରଫୁଲ୍ଲଙ୍କ ବୟସ ଅଧିକ ହୋଇଯାଇଛି, ତେଣୁ ସେ ବାଚଳାମି କରୁଛନ୍ତି । ବୟସ୍କ ନେତା ବାଚଳାମି କରି କ’ଣ କହିବେ ସେଥିରେ କିଛି ଯାଏ ଆସେ ନାହିଁ ବୋଲି ବିଜେଡି ବିଧାୟକ ସୁଧୀର ସାମଲ କହିଛନ୍ତି ।ଶ୍ରୀ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଭୁବନେଶ୍ୱରରେ ଯେଉଁ କାର୍ଯ୍ୟକ୍ରମ ହେଉଛି ସେଠାକୁ ମୁଖ୍ୟମନ୍ତ୍ରୀ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ସବୁଆଡ଼େ ଯାଇ ପାରୁଛନ୍ତି କି ନାହିଁ ତାହା କ’ଣ ଗଣମାଧ୍ୟମ ଦେଖିପାରୁନି କି ବୋଲି ଶ୍ରୀ ସାମଲ ଓଲଟା ପ୍ରଶ୍ନ କରିବା ସହ ପ୍ରଫୁଲ୍ଲ ସାମଲଙ୍କ ଭଳି ବରିଷ୍ଠ ନେତା ଯେଉଁ ବୟାନ ଦେଇଥିଲେ ତାକୁ କଡ଼ା ସମାଲୋଚନା କରିବାକୁ ପଛାଇ ନାହାନ୍ତି । ଶ୍ରୀ ସାମଲ କହିଛନ୍ତି ଯେ, ପ୍ରଫୁଲ୍ଲ ସାମଲ ବୟସ୍କ ହୋଇଯିବାରୁ ବାଚଳାମି କରୁଛନ୍ତି । ତେଣୁ ବୟସ୍କ ନେତା ବାଚଳାମି କରି କ’ଣ କହିବେ ସେଥିରେ ଆମର କିଛି କହିବାର ନାହିଁ । ନିଜ ଦଳର ଜଣେ ବରିଷ୍ଠ ନେତାଙ୍କ ପ୍ରତି ଗଣମାଧ୍ୟମରେ ବିଜେଡିର ଏଭଳି ସିଧାସଳଖ ଆକ୍ଷେପ ରାଜ୍ୟ ବିଜେଡି ରାଜନୀତିକୁ ସରଗରମ କରିଛି ।ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସବୁଆଡ଼େ ଯାଇପାରୁନାହାନ୍ତି, ତେଣୁ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଚାରିଆଡ଼କୁ ପଠାଉଛନ୍ତି ବୋଲି ବରିଷ୍ଠ ନେତା ଶ୍ରୀ ସାମଲ ଗତକାଲି ଗଣମାଧ୍ୟମକୁ  ପ୍ରତିକ୍ରିୟା ଦେବା ପରେ ତାଙ୍କର ଏହି ବୟାନକୁ ନେଇ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ବିଜେପି ଉଦବେଗ ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଠିକ୍ ଅଛି କି ନାହିଁ ପ୍ରଶ୍ନ କରିଛି ।

Leave A Reply

Your email address will not be published.