ଆଇଏସ୍‌ ଲିଙ୍କରେ ଥିବା ଦୁଇ ଡାକ୍ତର ବହିଷ୍କୃତ, ୧୪ ବର୍ଷ ତଳେ ମିଥ୍ୟା ବ୍ୟବଚ୍ଛେଦ ରିପୋର୍ଟ ଦେଇ କରାଇଥିଲେ ଦଙ୍ଗା

ଦୁଇ ମହିଳାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସେମାନଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ନେଇ ମିଥ୍ୟା ରିପୋର୍ଟ ପ୍ରସ୍ତୁତ କରିଥିଲେ ଦୁଇ ଡାକ୍ତର । ସୀମାରେ ମୁତୟନ ଯବାନ ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ କରାଗଲା। ଏହାର ପରିଣାମ ଏତେ ଭୟଙ୍କର ହେଲା ଯେ, ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ କଶ୍ମୀର ଉପତ୍ୟାକା ଜଳିବା ସହ ସୃଷ୍ଟି ହୋଇଥିଲା ଦଙ୍ଗା । ଏଥିନିମନ୍ତେ ତତ୍‌କାଳୀନ ଏସ୍‌ପିଙ୍କ ସମେତ ୪ ପୁଲିସ୍‌ ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଗଲା।ଦୀର୍ଘ ୧୪ ବର୍ଷ ତଳେ ମିଥ୍ୟା ବ୍ୟବଚ୍ଛେଦ ରିପୋର୍ଟ ପ୍ରସ୍ତୁତ କରି ଏପରି କାଣ୍ଡ ଘଟାଇଥିବା ୨ ଡାକ୍ତରଙ୍କୁ ଏବେ ଚାକିରିରୁ ବହିଷ୍କାର କରାଯାଇଛି। ଆଇଏସ୍‌ ଲିଙ୍କରେ ଥିବା ୨ ଡାକ୍ତର କଶ୍ମୀର ଉପତ୍ୟାକାରେ ଅଶାନ୍ତି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏପରି କରିଥିବା ସିବିଆଇ ତଦନ୍ତରୁ ଜଣାପଡ଼ିଛି। ଏହି ୨ ଡାକ୍ତର ହେଲେ ଡ. ନିଗହତ ସାହିନ ଚିଲୋ ଓ ଡ. ବିଲାଲ ଅହମଦ ଦଲାଲ ।୨୦୦୯ ମସିହା ମେ’ ୨୯ ତାରିଖରେ ସୋଫିଆନର ୨ ମହିଳା ନିଖୋଜ ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ୧୯ ବର୍ଷୀୟା ହୋଇଥିବା ବେଳେ ଅନ୍ୟ ଜଣେ ତାଙ୍କ ୨୨ ବର୍ଷୀୟା ନଣନ୍ଦ ବୋଲି ଜଣାପଡ଼ିଥିଲା। ଦିନକ ପରେ ସେମାନଙ୍କ ମୃତଦେହ ରାମବିଆରା ଝରଣାରୁ ଉଦ୍ଧାର ହେଲା।

Leave A Reply

Your email address will not be published.