ଏବେ ଅଜଣା କଲକୁ ରୋକିବ ଏହି ଫିଚର

ହ୍ଵାଟସଆପ୍‌ ରେ ୟୁଜର୍ସ ଙ୍କ ପାଇଁ ଏବେ ଅଜଣା ଅନିଚ୍ଛା କଲ କୁ ରିଜେକ୍ଟ କରିବା ହେଲା ସହଜ। ମେଟା ମାଲିକାନା ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ନିକଟରେ Silence Unknown Callers କୁ ଜାରି କରିଛି। ମାନେ ୟୁଜର୍ସ ଅଜଣା ତଥା ସ୍ପାମ କଲକୁ ସାଇଲେଣ୍ଟ କରିବା ପାଇଁ ଅନୁମତି ପାଇବେ। ତେବେ ଏହି କଲ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ମଧ୍ୟ ନଥାଇପାରନ୍ତି। ଏହି ଘୋଷଣା ଗତ ସପ୍ତାହରେ କରାଯାଇଥିଲା। ଆଉ ଏବେ ଏହା ଉଭୟ ଆଣ୍ଡ୍ରଏଡ ଓ ଆଇଓସ୍‌ ଭର୍ସନରେ ମୋବାଇଲ ଆପ୍‌ ରେ ହ୍ଵାଟସଆପ୍‌ ର ଷ୍ଟେବଲ ଭର୍ସନରେ ଉପଲବ୍ଧ କରାଯାଇଛି। ଏବେ ଜାଣନ୍ତୁ ଏହାର ସୁବିଧା ଏବଂ ବ୍ୟବହାର କରିବାର ଉପାୟ। Silence Unknown Caller ଫିଚର କୁ ହ୍ଵାଟସଆପ୍‌ ରେ ନୂଆ ପ୍ରାଇଭେସି ଫିଚର ରୂପେ ଆସିଛି। ମେଟାର ସିଇଓ ମାର୍କ ଜୁକରବର୍ଗଙ୍କ କହିବା ଅନୁସାରେ ଏହି ଫିଚର ସାହାଯ୍ୟରେ ଅଜଣା ନମ୍ବର ରୁ ଆସୁଥିବା କଲ କୁ ଅଟୋମେଟିକ ସାଇଲେଣ୍ଟ କରାଯାଇପାରିବ।ସୂଚନା ଅନୁସାରେ ସାଇଲେଣ୍ଟ ଅନନୋନ କଲର ଫିଚର ରେ ୟୁଜର୍ସ ଙ୍କୁ ରିଙ୍ଗ ଟୋନ ବଦଳରେ କେବଳ ନୋଟିଫିକେସନ ମିଳିଥାଏ। ତେବେ ପରେ କିନ୍ତୁ ଆପଣ ଏହାକୁ ନିଜ କଲ ଲିଷ୍ଟ ଟ୍ୟାବ ରେ ଦେଖିପାରିବେ। ଯଦି ଆପଣ ନିଜ ହ୍ଵାଟସଆପ ରେ ଅଜଣା କଲ କୁ ସାଇଲେଣ୍ଟ ମୋଡରେ ରଖିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଷ୍ଟେପକୁ ଫଲୋ କରି ଫିଚରକୁ ସେଟ କରିପାରିବେ।

Leave A Reply

Your email address will not be published.