ତିନୋଟି ବାଇକ ମୁହାଁମୁହି ଧକ୍କା, ଜଣେ ମୃତ, ୨ ଗୁରୁତର

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଟିଟିବିରି ଛକଠାରେ ତିନୋଟି ବାଇକ ମୁହାଁମୁହି ଧକ୍କା ହେବା ଫଳରେ ଜଣେ ମୃତ୍ୟୁବରଣ କରିଛନ୍ତି। ଏଥିରେ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି। ସୂଚନା ଅନୁଯାୟୀ, ମାଲକାନଗିରି ବ୍ଲକର ନୂଆଗୁଡା ଗ୍ରାମର ମୁକା ମାଡକାମି ଓ ଭିମା କବାସି ଗୋଟିଏ ବାଇକରେ ମାଲକାନଗିରିକୁ ଯାଇଥିଲେ। ସେଠାରୁ ଫେରିବା ବ‌େଳେ ଟିଟିବିରି ଛକଠାରେ ସୁକୁମା ପଟୁ ଦୁଇ ଜଣ ସିଏଚ୍ ସୁବାସ ଓ କେ ସୌମ୍ୟା ଦୁଇଟି ଅଲଗା ବାଇକରେ ମାଲକାନଗିରି ଆଡ଼କୁ ଆସୁଥିଲେ। ଟି‌ଟିବିରି ଛକଠାରେ ମୁକାର ବାଇକ ସହ ସେହି ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା।୪ ଜଣ ଗୁରୁତର ଅବସ୍ଥାରେ ସେଠାରେ ପଡ଼ିଥିବା ବେଳେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରେ ଡାକ୍ତର ମୁକା ମାଡକାମିକୁ ମୃତ ଘୋଷଣା କରିଥିଲ। ଏଥିସହ ସୁବାସ ଓ ସୋମ୍ୟାର ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କୁ କୋରାପୁଟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ମୁକାଙ୍କ ପରିବାରବର୍ଗଙ୍କ ଅଭିଯୋଗକ୍ରମେ ମାଲକାନଗିରି ଥାନାରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରିଗାନ କିଣ୍ଡୋ କହିଛନ୍ତି।

Leave A Reply

Your email address will not be published.