ରାଜଧାନୀରୁ ପୁଣି ଜଣେ ନାବାଳକ ନିଖୋଜ: ଘରଲୋକ ଓ ଶିକ୍ଷକ ଦେଇଥିଲେ ଗାଳି

ଭୁବନେଶ୍ବର: ରାଜଧାନୀରୁ ପୁଣି ଜଣେ ନାବାଳକ ନିଖୋଜ ହୋଇଥିବାର ଖବର ମିଳିଛି। ଉକ୍ତ ନିଖୋଜ ନାବାଳକର ନାମ ଯୋଗେଶ ବାଲାଜି। ତାଙ୍କର ବୟସ ୧୬ ବର୍ଷ ଓ ସେ ଗତକାଲି ଠାରୁ ନିଖୋଜ ଥିବା ଜଣାଯାଇଛି।ସୂଚନା ଅନୁଯାୟୀ, ଗତକାଲି ସକାଳୁ ନିଜ ମୈତ୍ରୀ ବିହାର ଭଡ଼ା ଘରୁ ଯୋଗେଶ କେଉଁଆଡ଼େ ଚାଲିଯାଇଥିବା କୁହାଯାଉଛି। ଯୋଗେଶ ଗତ ୪ ଦିନ ହେବ ସ୍କୁଲ ନଯିବା କାରଣରୁ ଘରଲୋକ ଓ ଶିକ୍ଷକ ତାଙ୍କୁ ଗାଳି ଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସେ କେଉଁଆଡେ ପଳେଇ ଯାଇଥିବା ପରିବାର ଲୋକ ସନ୍ଦେହ କରୁଛନ୍ତି। ଗତକାଲି ସକାଳୁ ପିଲା ପଳେଇ ଥିବା ବେଳେ ଏଯାଏଁ ଫେରି ନଥିବାରୁ ପରିବାର ଲୋକ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.