ସ୍ତ୍ରୀକୁ ପିଟିପିଟି ମାରି ସ୍ୱାମୀ ଫେରାର

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ନିକଟସ୍ଥ ଚନ୍ଦ୍ରପୁର ଗ୍ରାମରେ ସ୍ତ୍ରୀକୁ ପିଟିପିଟି ମାରି ସ୍ୱାମୀ ଫେରାର ହୋଇଯାଇଥିବା ଖବର ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ଏଥିରେ ଏକ ଯୁବକ ତାଙ୍କ ସ୍ତ୍ରୀକୁ ପିଟିପିଟି ମାରି ଦେଇଥିବା ଜଣାପଡ଼ିଛି।
ଚନ୍ଦ୍ରପୁର ଗ୍ରାମର ପୂର୍ଣ୍ଣ ପ୍ରଧାନ (୪୨) ତାଙ୍କ ସ୍ତ୍ରୀ କନକ ପ୍ରଧାନ(୩୫)ଙ୍କୁ ଗତକାଲି ପିଟିପିଟି ମାରିଦେଇଥିବା ପୂର୍ଣ୍ଣଙ୍କ ବାପା ରତ୍ନାକର ପ୍ରଧାନ ଜହ୍ନାପଙ୍କ ପୁଲିସକୁ ସୂଚନା ଦେଇଛି। ପୂର୍ଣ୍ଣ ଏବେ ସୁଦ୍ଧା ଫେରାର ହୋଇଛି। ଖବର ପାଇଁ ଜହ୍ନାପଙ୍କ ଫାଣ୍ଡି ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। କଣ ପାଇଁ ତାକୁ ହତ୍ୟା କରାଯାଇଛି, ପୁଲିସ ତଦନ୍ତ ପରେ ଜଣାପଡ଼ିବ। ତାଙ୍କର ଦୁଇ ପୁଅ ବାହାରେ ରହୁଥିବା ବେଳେ ଝିଅ ବାହା ହୋଇ ଯାଇଛି।

Leave A Reply

Your email address will not be published.