ରାଜ୍ୟରେ ମୌସୁମୀ ପ୍ରବାହ ସ୍ୱାଭାବିକ : ୨୪ ଘଣ୍ଟାରେ ହାରାହାରି ୯.୯ ମିମି ବର୍ଷା ରେକର୍ଡ

ଓଡିଶା : ଓଡିଶାକୁ ଛୁଇଁ ଦୁର୍ବଳ ହୋଇଥିବା ମୌସୁମୀ ପୁଣି ସକ୍ରିୟ ହୋଇଛି । ସାରା ରାଜ୍ୟରେ ବିକ୍ଷିପ୍ତ ଭାବରେ ବର୍ଷା ଜାରି ରହିଛି । ଉପକୂଳରୁ ଆରମ୍ଭ କରି ଦକ୍ଷିଣ ଓଡିଶା ପର୍ଯ୍ୟନ୍ତ ସବୁଠି ବର୍ଷୁଛି, ଛେଚୁଚି, ଭିଜୁଛି । ଗତ ୨୪ ଘଣ୍ଟାରେ ମୌସୁମୀ ପ୍ରବାହ ପୁଣି ସକ୍ରିୟ ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୯.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଯାହା ସ୍ୱାଭାବିକ ଠାରୁ ୧ ପ୍ରତିଶତ ଅଧିକ । ଏ ସମୟ ଭିତରେ ଦେବଗଡ ଜିଲ୍ଲାରେ ସର୍ବାଧିକ ଓ କଳାହାଣ୍ଡିରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଛି । ସେପଟେ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ ।

Leave A Reply

Your email address will not be published.