ଓଡ଼ିଶାରେ ଆଗୁଆ ହେବ କି ନିର୍ବାଚନ? ଅତିରିକ୍ତ ବଜେଟକୁ ନେଇ ଜୋରଦାର ଚର୍ଚ୍ଚା

ଭୁବନେଶ୍ବର : ମେ ୨୦୨୪ରେ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବ। କିନ୍ତୁ ଏହା ପୂର୍ବରୁ ଓଡ଼ିଶାରେ ନିର୍ବାଚନ ଆଗୁଆ ହେବ କି ବୋଲି ଚର୍ଚ୍ଚା ଜୋର ଧରିଛି | କାରଣ ଖୁବ ଶୀଘ୍ର ଅତିରିକ୍ତ ବଜେଟ ଆସିବା ପାଇଁ ଯାଉଛି | ଅର୍ଥ ବିଭାଗ ପକ୍ଷରୁ ଅତିରିକ୍ତ ବଜେଟକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ଜୁଲାଇ ସୁଦ୍ଧା ସବୁ ବିଭାଗ ପ୍ରସ୍ତାବ ଦେବା ପାଇଁ ଅର୍ଥ ବିଭାଗ ଚିଠି ଲେଖିଥିବାବେଳେ ମୌସୁମୀ ଅଧିବେଶନ(ଅଗଷ୍ଟ ମାସ)ରେ ରାଜ୍ୟର ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବାର ଅଛି | ନିୟମ ଅନୁସାରେ ଅତିରିକ୍ତ ବଜେଟ ଶୀତ ଅଧିବେଶନ (ଡିସେମ୍ବର) ସମୟରେ ଉପସ୍ଥାପିତ ହେବା କଥା | କିନ୍ତୁ ରାଜ୍ୟ ସରକାର ଆଗୁଆ ଅତିରିକ୍ତ ବଜେଟ ଆଣୁଥିବାରୁ ଏହାକୁ ନେଇ ଚର୍ଚ୍ଚା ବଢିଛି |ଆଗୁଆ ବଜେଟ ଆଣିବା ପରେ ଆଗୁଆ ନିର୍ବାଚନ ମୂଡ଼ରେ ଥିବାର ଆଭାସ ମିଳିଛି | ଉଲ୍ଲେଖ ଥାଉ କି କିଛିଦିନ ତଳେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସରକାରୀ କର୍ମଚାରୀଙ୍କ ବଦଳି ଓ ନିଯୁକ୍ତି ନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଭାରତ ନିର୍ବାଚନ କମିସନ ଚିଠି ଲେଖିଥିଲେ । ଏହାପରେ ମୁଖ୍ୟ ନିର୍ବାଚନ ଅଧିକାରୀ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ନିର୍ବାଚନ ପ୍ରକ୍ରିୟାରେ ସାମିଲ୍ ହେବାକୁ ଥିବା ଅଧିକାରୀଙ୍କ ତାଲିକା ମାଗିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିଠି ପାଇବା ପରେ ରାଜସ୍ବ ବିଭାଗ ପକ୍ଷରୁ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଜିଲ୍ଲାରେ କେଉଁ ଅଧିକାରୀ (ଓଆର୍‌ଏସ୍‌/ଓଏଏସ୍‌ (ଏସ୍‌ବି/ଜିବି ପାହ୍ୟାର ଅଧିକାରୀ) ନିଜ ଘରୋଇ ଜିଲ୍ଲାରେ ଅଛନ୍ତି, କିଏ ୨୯ ମେ’ ୨୦୨୩ ସୁଦ୍ଧା ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ସମୟ କାର୍ଯ୍ୟ କରୁଛନ୍ତି ଏବଂ କେଉଁମାନେ ୩୧ମେ ୨୦୨୪ ସୁଦ୍ଧା ଉକ୍ତ ସ୍ଥାନରେ ତିନିବର୍ଷ ପୂରଣ କରିବେ ସେମାନଙ୍କ ତାଲିକା ମାଗିଥିଲେ.

Leave A Reply

Your email address will not be published.