ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ଶହ ପାର୍

ଭୁବନେଶ୍ବର : ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୩ଶହ ପାର୍ କରିଛି। ଗତକାଲି ସୁଦ୍ଧା ରାଜ୍ୟରେ ୩୦୭ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏବେ ଧୀରେ ଧୀରେ ବର୍ଷା ଆରମ୍ଭ ହୋଇ ଯାଇଥିବା ବେଳେ ଆଗକୁ ଏହି ସଂଖ୍ୟା ଅହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।ଜୁଲାଇ ମାସ ସୁଦ୍ଧା ରାଜ୍ୟର ୨୦ଟି ଜିଲ୍ଲାକୁ ଡେଙ୍ଗୁ ମାଡ଼ି ସାରିଲାଣି। ବିଶେଷକରି ଖୋର୍ଧା ଜିଲ୍ଲା ଆକ୍ରାନ୍ତଙ୍କ ତାଲିକାରେ ଆଗରେ ରହିଛି। ବର୍ତ୍ତମାନସୁଦ୍ଧା ଖୋର୍ଧାରେ ୧୬୫ ଆକ୍ରାନ୍ତ ବାହାରିଛନ୍ତି। ତହିଁରୁ ଅଧାରୁ ଅଧିକ ରୋଗ କେବଳ ଭୁବନେଶ୍ବରରୁ ରହିଛନ୍ତି। ଖୋର୍ଧା ପରେ ବାଲେଶ୍ବରରେ ୨୪, ପୁରୀ-କଟକରେ ୧୭ ଲେଖାଏ, ଜଗତସିଂହପୁର ୧୩, ଯାଜପୁର ୧୨ ଓ ନୟାଗଡ଼ରୁ ୧୦ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ ଗତବର୍ଷ ଏହି ସମୟରେ ଖୋର୍ଧା ଜିଲ୍ଲାକୁ ପଛରେ ପକାଇ ଦେଇଥିଲା କୋରାପୁଟ। ମାତ୍ର ଚଳିତବର୍ଷ କୋରାପୁଟ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ନିୟନ୍ତ୍ରଣରେ ରହିଛି। ମାତ୍ର ଖୋର୍ଧା ଜିଲ୍ଲା ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିପାରେ ଲାଗିଛି।

Leave A Reply

Your email address will not be published.