ଢେଙ୍କାନାଳ ଆରଦା ଗାଁରେ ମେଣ୍ଢା ମଡକ । ଗୋଟିଏ ରାତିରେ ୪୦ ଟି ମେଣ୍ଡାଙ୍କ ମୃତ୍ୟୁ

ଢେଙ୍କାନାଳ: ଢେଙ୍କାନାଳ ଆରଦା ଗାଁରେ ମେଣ୍ଢା ମଡକ । ଗୋଟିଏ ରାତିରେ ୪୦ ଟି ମେଣ୍ଡାଙ୍କ ମୃତ୍ୟୁ । ସୂଚନା ଅନୁଯାଯୀ ମେଣ୍ଢାମାନଙ୍କର ବେକରେ କ୍ଷତଚିହ୍ନ ରହିଛି । କୌଣସି ଅଜଣା ଯନ୍ତୁ ରକ୍ତ ଶୋଷି ମେଣ୍ଢାମାନଙ୍କୁ ମାରିଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି । ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ର ପକ୍ଷରୁ ମୃତ୍ୟୁର କାରଣ ସମ୍ବନ୍ଧରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ଉକ୍ତ ଅଞ୍ଚଳରେ ଏଭଳି ଘଟଣା ଆଗରୁ କେବେ ହୋଇନଥିବାରୁ ଗାଁ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Leave A Reply

Your email address will not be published.