ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ବାର୍ତ୍ତା 

ପୁଣି ଚର୍ଚ୍ଚାରେ ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ ବାର୍ତ୍ତା । କିନ୍ତୁ ଏଥର କୌଣସି ପାରିବାରିକ ବିବାଦକୁ ନେଇ ସେ ଭିଡିଓ ବାର୍ତ୍ତା ପୋଷ୍ଟ କରି ନାହାନ୍ତି । ଏଥର ସେ ରହୁଥିବା ଆପାର୍ଟମେଣ୍ଟରେ କେମିତି ମାନବାଧିକାର ଉଲ୍ଲଙ୍ଘନ କରାଯାଉଛି, ସେ ନେଇ ଅଭିଯୋଗ ଆଣିଛନ୍ତି ।ଲିଫ୍ଟରେ ମରାଯାଇଥିବା ସୂଚନା ଓ ସତର୍କତା ଫଳକ ଦେଖାଇ, ସେଥିରେ ଥିବା ନିୟମ ଗୁଡିକ କେମିତି ମାନବାଧିକାର ଉଲ୍ଲଙ୍ଘନ କରୁଛି ତାହା ଦର୍ଶାଇଛନ୍ତି । ଆପାର୍ଟମେଣ୍ଟରେ ବିଭିନ୍ନ ଲୋକଙ୍କ ଘରେ କାମ କରିବାକୁ ଆସୁଥିବା ରୋଷେୟା ଓ ସଫେଇ କର୍ମଚାରୀ କାହିଁକି ଲିଫ୍ଟରେ ଯାଇ ପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । କେବଳ ଏହି ଆପାର୍ଟମେଣ୍ଟ ଯେଉଁ ଆପାର୍ଟମେଣ୍ଟରେ ଏଭଳି ନିୟମ ରହିଛି ତାହା ବେଆଇନ ଓ ବିରୋଧ କରିବାକୁ ସେ ଅପିଲ କରିଛନ୍ତି ।

Leave A Reply

Your email address will not be published.