୬୧ ବର୍ଷର ସ୍କୁଲ, ହେଲେ ୯୩  ଛାତ୍ରଛାତ୍ରୀଙ୍କୁ ୨ ଶିକ୍ଷକ

ଲଡୁଗାଁ : ବିଦ୍ୟାଳୟର ଅନୁସଙ୍ଗିକ ଭିତ୍ତିଭୂମିରେ ସୁଧାର ଓ ଗୁଣାତ୍ମକ ଶିକ୍ଷା ଓ ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା କଳାହାଣ୍ଡି ଲଡୁଗାଁ ସନ୍ନିକଟ ଜୟପାଟଣା ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡ଼ା ସରକାରୀ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଦେଖିଲେ ସହଜରେ ଅନୁମାନ କରିହେବ। ସ୍କୁଲ ପ୍ରତିଷ୍ଠା ହେବାର ୬୧ ବର୍ଷ ପରେ ମଧ୍ୟ ଏହି ବିଦ୍ୟାଳୟ ଏବେ ବି ଅସୁରକ୍ଷିତ । ପାଞ୍ଚଟି ଶ୍ରେଣୀ ପାଇଁ ରହିଛି ଦୁଇଟି ଶ୍ରେଣୀ କକ୍ଷ। ଅନ୍ୟପଟେ ଆବଶ୍ୟକୀୟ ଭିତ୍ତିଭୂମି ନ ଥିବା ସହ ପାଚେରୀ ନାହିଁ, ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା କି ଶୌଚାଳୟର ବ୍ୟବସ୍ଥା ନାହିଁ। ରକ୍ଷଣାବେକ୍ଷଣ ଅଭାବରୁ ସ୍କୁଲ ଚତୁଃପାର୍ଶ୍ୱରେ ଅନାବନା ଗଛ ଏକ ଜଙ୍ଗଲର ଭ୍ରମ ସୃଷ୍ଟି କରେ। ଏହା ସାଙ୍ଗକୁ ୧୯୬୨ ମସିହାରେ ନିର୍ମାଣ ହୋଇଥିବା ଅତିରିକ୍ତ ଶ୍ରେଣୀଗୃହ ଓ ପୁରୁଣା ବିଦ୍ୟାଳୟର ଗୋଟିଏ ଘର ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ ଏଠାରେ ପିଲାଙ୍କୁ ବସିବାକୁ ଦିଆ ଯାଉନି। ଅନ୍ୟପଟେ ବିପଦ ସଙ୍କୁଳ ହୋଇଥିବାରୁ ପୁରୁଣା ଶ୍ରେଣୀ ଗୃହ ଗୁଡିକୁ  ସ୍କୁଲ ପରିଚାଳନା କମିଟି ପକ୍ଷରୁ ଏକ ଜରୁରୀ ବୈଠକ କରାଯାଇ ଭାଙ୍ଗି ଦିଆଯାଇଥିଲା। ସେହି ଭଙ୍ଗା ରୁଜା କାନ୍ଥ ଏଯାଏଁ ପଡିରହିଛି । ସ୍କୁଲଟି ଅଳିଆ, ନର୍ଦ୍ଦମା ପୂତ୍ତିଗନ୍ଦମୟ ପରିବେଶ ସାଙ୍ଗକୁ ବୁଲା ଗାଇଗୋରୁ, କୁକୁର ମଧ୍ୟ ସେଠାରେ ରହୁଥିବା ବେଳେ ସ୍କୁଲ ପରିସର ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

Leave A Reply

Your email address will not be published.