ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ଶୋକସଭା ଅନୁଷ୍ଠିତ

ଫୁଲବାଣୀ: ଆଜି ବିଜୁ ଜନତା ଦଳ ଫୁଲବାଣୀ ତରଫରୁ ଫୁଲବାଣୀ ବିଜେଡ଼ି ପାର୍ଟି ଅଫିସ ଠାରେ ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ ଶ୍ରଦ୍ଧାଞ୍ଜଳି ଶୋକସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସରୋଜ କର୍ଣ୍ଣ ରାଜ୍ୟ ସଂଖ୍ୟାଲଘୁ ସେଲର ସାଧାରଣ ସମ୍ପାଦକ ମହମ୍ମଦ ୟାସିନ ବେଗ ମହିଳା ସଭାନେତ୍ରୀ ପୁନମ କହଁର ଛାତ୍ର ସଭାପତି ସୁନୀଲ ସେଠି ନଗର ସଭାପତି ବିମଳ ପାଢ଼ୀ ଏବଂ ସୁଧୀର କହଁର ଜିଲ୍ଲା ସାଧାରଣ ସମ୍ପାଦକ କମଳ ବେହେରା ଫୁଲବାଣୀ ମୁନିସିପାଲିଟି ଉପାଧ୍ୟକ୍ଷା ପାୟଲ ବେହେରା ସମସ୍ତ ୱାର୍ଡ ମେମ୍ବର ମୂର୍ତଞ୍ଜୟ ପେରା ମାଧବୀ ମିଶ୍ର ଟୁକୁନ୍ଦର ସେଠି ଯୁବ ଉପ ସଭାପତି ବିଷ୍ଣୁ ବେହେରା ରବି ଷଡ଼ଙ୍ଗୀ ଦାରୁଣ ବେହେରା ପ୍ରମୁଖ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସ୍ଵର୍ଗତଃ ଭାନୁପ୍ରଭା ମିଶ୍ର ଜଣେ ମିଷ୍ଟଭାଷୀ, ପରଉପକାରୀ, ମେଳାପି ଏବଂ ଜନପ୍ରିୟ ନେତ୍ରୀ ଥିଲେ । ତାଙ୍କ ବିୟୋଗରେ ସମଗ୍ର ଫୁଲବାଣୀ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.