ଆଜି ହେବ ନାହିଁ ବନକଲାଗି ନୀତି

ଗତକାଲି ବନକ ଲାଗି କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଚିଠି କରିଥିଲା। ତେବେ ବନକ ଲାଗି ହୋଇନଥିଲା। ଦତ୍ତ ମହାପାତ୍ର ସେବାୟତ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିଲେ । ତେବେ ଆଜି ସେମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବା ପାଇଁ ପ୍ରସ୍ତୁତ ଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ରାଜି ନାହିଁ। ବାମଦେବ ସଂହିତା ଏବଂ ରେକର୍ଡ ଅଫ ରାଇଟ୍‌ ଅନୁସାରେ ବୁଧବାର ବନକଲାଗି ପରଂପରା ରହିଛି। ଯାହାକୁ ଦତ୍ତମହାପାତ୍ର ସେବାୟତ ଅମାନ୍ୟ କରିଥିବା କୁହାଯାଉଛି । ଏବେ ଶ୍ରୀମନ୍ଦିର ପ୍ରଶାସନ ଏ ନେଇ କି ପଦକ୍ଷେପ ନେଉଛନ୍ତି ତାକୁ ଅପେକ୍ଷା ।

Leave A Reply

Your email address will not be published.