ପୁଅ ସହ ମିଶି ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ

ଭଦ୍ରକ: ପୁଅ ସହ ମିଶି ସ୍ୱାମୀକୁ ହତ୍ୟା । ପାରିବାରିକ କଳହରୁ ସ୍ୱାମୀକୁ ଛୁରି ଭୁସି ହତ୍ୟା କଲା ସ୍ତ୍ରୀ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣିତିଆ ପଂଚାୟତ ମହଲା ସାହିରେ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ସୁରେଶ ମହଲା । ସୂଚନା ଅନୁଯାୟୀ ସୁରେଶ ଗାଁରେ ରହି କାମ କରୁଥିବାବେଳେ ସ୍ତ୍ରୀ ସଞ୍ଜୁଲତା ଦିଲ୍ଲୀ ରହି କାମ କରୁଥିଲେ । ଗତ ସପ୍ତାହେ ହେଲା ଗାଁକୁ ଆସିଥିଲେ । କାମ କରିବାକୁ ଆଉ ଦିଲ୍ଲୀକୁ ନଯିବାକୁ କହିଥିଲେ ସ୍ୱାମୀ ସୁରେଶ । ଏନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସଞ୍ଜୁଲତା ଓ ତାଙ୍କର ନାବାଳକ ପୁଅ ସୁରେଶଙ୍କୁ ଛୁରୀରେ ହତ୍ୟା କରିଥିଲେ। ଘଟଣା ପରେ ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡ ମାରିଛନ୍ତି ଗ୍ରାମବାସୀ । ପୋଲିସ ପହଂଚି ସ୍ତ୍ରୀ ଓ ପୁଅକୁ ଅଟକ ରଖିବା ସହ ତଦନ୍ତ କରୁଛି।

Leave A Reply

Your email address will not be published.