ଭାରତ- ପାକିସ୍ତାନ ମ୍ୟାଚ୍‌ ପାଇଁ ବଦଳିପାରେ ତାରିଖ !

ଭାରତ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ରେ ବିଶ୍ୱକପ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବାକୁ ପୂର୍ବରୁ ଧାର୍ଯ୍ୟ କରାଯାଇଛି । ଏହା ମଧ୍ୟରେ ମ୍ୟାଚ୍‌କୁ ନେଇ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି । ଭାରତ- ପାକିସ୍ତାନ ମ୍ୟାଚ୍‌ ତାରିଖ ବଦଳିବ ବୋଲି ଚର୍ଚ୍ଚା ଚାଲିଛି । ଅକ୍ଟୋବର ୧୫ରେ ନବରାତ୍ରୀ ଆରମ୍ଭ ହେଉଛି । ଆଉ ନବରାତ୍ରୀକୁ ନେଇ ଗୁଜରାଟରେ ଗରବା ଡ୍ୟାନ୍ସ ପାଇଁ ଭିଡ ଜିମଥାଏ । ଭାରତ-ପାକିସ୍ତାନ ମ୍ୟାଚ୍‌ ଅହମଦାବାଦରେ ରହିଥିବା ଯୋଗୁଁ ଆଇସିସି ଏବଂ ବିସିସିଆଇ ଏହାକୁ ନେଇ ବିଚାର କରୁଛି । ଭାରତ- ପାକିସ୍ତାନ ମ୍ୟାଚ୍‌ ତାରିଖ ବଦଳିଲେ ଫ୍ୟାନ୍ସ ପାଇଁ ବହୁତ ବଡ ସମସ୍ୟା ହୋଇପାରେ । ପୂର୍ବରୁ ଟିକେଟ କିଣିଥିବା ଏବଂ ହୋଟେଲ ରୁମ୍‌ ବୁକ୍‌ କରିବା ସବୁକିଛି ସମସ୍ୟା ହୋଇପାରେ । ଏହାଛଡା ବ୍ରଡକାଷ୍ଟରଙ୍କ ପାଇଁ ମଧ୍ୟ ସମସ୍ୟା ହୋଇପାରେ । ତେବେ ଏହାକୁ ନେଇ ବିସିସିଆଇ ନିଷ୍ପତ୍ତି ନେବ । ତେବେ ବିସିସିଆଇ ସଚିବ ଜୟ ଶାହା ବିଶ୍ୱକପ ଆୟୋଜନ କରୁଥିବା ସମସ୍ତ କ୍ରିକେଟ ଆସୋସିଏସନକୁ ଚିଠି ଲେଖି ଆସନ୍ତାକାଲି(୨୭ ଜୁଲାଇ)କୁ ଦିଲ୍ଲୀରେ ଏକ ବୈଠକ ପାଇଁ ଡାକିଛନ୍ତି । ତେବେ ଏହି ବୈଠକରେ ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଚର୍ଚ୍ଚା ହେବା ପରେ ନୂଆ ତାରିଖ ଘୋଷଣା କରାଯାଇପାରେ । ସୂଚନାଯୋଗ୍ୟ, ଭାରତ-ପାକିସ୍ତାନ ମ୍ୟାଚ ଅକ୍ଟୋବର ୧୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ହୋଟେଲ ଗୁଡିକରେ ଅକ୍ଟୋବର ୧୩ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ଅଧିକାଂଶ ରୁମ ବୁକ ହୋଇ ସାରିଛି ।

Leave A Reply

Your email address will not be published.