ନିଖିଳ ଉତ୍କଳ ଖଡୁରା ସମାଜର ରାଜ୍ୟ କାର୍ଯ୍ୟକାରିଣୀ କମିଟିର ନୃତନ କର୍ମକର୍ତା ଚୟନ

ଫୁଲବାଣୀ : ନିଖିଳ ଉତ୍କଳ ଖଡୁରା ସମାଜର ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଶ୍ରୀ ସୁବାଷ ଚନ୍ଦ୍ର ମହାପାତ୍ରଙ୍କ ପରାମର୍ଶ ଏବଂ ମାର୍ଗ ଦର୍ଶନ କ୍ରମେ ଆଜି ପ୍ରାତଃ ୧୦ ଘଟିକା ସମୟରେ ହୋଟେଲ ଡ୍ରିମଲ୍ୟାଣ୍ଡ ଠାରେ ସମସ୍ତ ଜାତି ଭାଇଙ୍କ ଉପସ୍ଥିତିରେ ନିଖିଳ ଉତ୍କଳ ଖଡୁରା ସମାଜର ଏକ ବୈଠକ ଅନୁଷ୍ଠିତ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ସର୍ବ ସମ୍ମତି କ୍ରମେ ପୁରୁଣା କମିଟିକୁ ଭଙ୍ଗ କରି ନୃତନ କର୍ମକର୍ତ୍ତା ଚୟନ କରାଯାଇଛି । ଯଥାକ୍ରମେ ସଭାପତି ଭାବରେ ଶ୍ରୀଯୁକ୍ତ ଅର୍ଜୁନ ସେନାପତି , ଉପ ସଭାପତି ଭାବେ ରମେଶ ଚନ୍ଦ୍ର ସେନାପତି ପୁନଃ ଉପ ସଭାପତି ଭାବେ ଶ୍ରୀଯୁକ୍ତ ପ୍ରଦୀପ ନାୟକ , ସମ୍ପାଦକ ଭାବରେ ଅଞ୍ଚଳର ବିଶିଷ୍ଟ ବ୍ୟବସାୟି ତଥା ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଉମାଶଙ୍କର ମହାପାତ୍ର , ସହ ସମ୍ପାଦକ ଭାବରେ ଶ୍ରୀଯୁକ୍ତ ଦିବାକର ନାୟକ , କୋଷାଧକ୍ଷ ଭାବରେ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ସୁବୁଦ୍ଧି , ଆଇନ ପରାମର୍ଶ ଦାତା ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ସେନାପତି ପ୍ରମୁଖ ମନୋନୀତ ହୋଇଛନ୍ତି । ସେହିଭଳି କାର୍ଯ୍ୟକାରୀ ସଦସ୍ୟ ଭାବରେ ଶ୍ରୀ ଭିକାରି ନାୟକ, ଶ୍ରୀ ଶଙ୍କର ନାୟକ ଶ୍ରୀ ଗଣପତି ସାହୁ , ଶ୍ରୀ ଟୁନା ନାୟକ , ଶ୍ରୀ ପୂର୍ଣଚନ୍ଦ୍ର ନାୟକ , ଶ୍ରୀ ଦଣ୍ଡପାଣି ନାୟକ ଶ୍ରୀ ମିଟୁ ନାୟକ, ଶ୍ରୀ ଭଗବାନ ନାୟକ , ଶ୍ରୀ ଦିବ୍ୟ ଶଙ୍କର ନାୟକ , ଶ୍ରୀ ଶଙ୍କର୍ଷଣ ସୁବୁଦ୍ଧି, ଶ୍ରୀ ଅନିଲ କୁମାର ମହାପାତ୍ର ପ୍ରମୁଖ ଥିବା ବେଳେ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀଙ୍କ ମଧ୍ୟରେ ଭୀମ ରାଜ ନାୟକ , ଶ୍ରୀଯୁକ୍ତ ପ୍ରଫୁଲ୍ଲ ନାୟକ , ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ନାୟକ , ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାପାତ୍ର , ଶ୍ରୀଯୁକ୍ତ ପ୍ରସନ ଚନ୍ଦ୍ର ସେନାପତି ପ୍ରମୁଖ ରହିଛନ୍ତି । ତେବେ ବିଶେଷ କରି ବିଶିଷ୍ଟ ବ୍ୟବସାୟି ତଥା ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଉମାଶଙ୍କର ମହାପାତ୍ର ଉକ୍ତ ବୈଠକରେ ଆଗାମୀ ଦିନରେ ଖଡୁରା ସମାଜର କିଭଳି ଉନ୍ନତ ହୋଇ ପାରିବ ଏବଂ ବିଭିନ୍ନ ସମସ୍ୟା ଓ ସେସବୁର ସମାଧାନ ଦିଗରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.