ବଗି ଛାଡ଼ି ଚାଲିଗଲା ଇଞ୍ଜିନ

ଟିଟିଲାଗଡ଼:  ବଗି ଛାଡ଼ି ଚାଲିଗଲା ଇଞ୍ଜିନ। ଟିଟିଲାଗଡ଼ରେ ପୁଣି ଟ୍ରେନ ଅଘଟଣ। ଏକ କୋଇଲା ବୋଝେଇ ଗାଡିର ଇଞ୍ଜିନ ଏବଂ ୱାଗନ ଅଲଗା ହୋଇଯିବାରୁ ପ୍ରାୟ ୧ ଘଣ୍ଟା ଧରି ରେଳ ଚଳାଚଳ ବ୍ୟାହତ ହୋଇଥିଲା। ବଲାଙ୍ଗୀର- ଟିଟିଲାଗଡ଼ ରେଳ ଲାଇନର ଅପ ଲାଇନରେ ଟ୍ରେନ ଚଳାଚଳ ବ୍ୟାହତ ହୋଇ ହୋଇଥିଲା। ସମ୍ବଲପୁରରୁ ଡବଲ ଡାଇମଣ୍ଡ କୋଇଲା ବୋଝେଇ ଟ୍ରେନ ବଲାଙ୍ଗୀର ଦେଇ ଟିଟିଲାଗଡ଼ ରେଳ ଷ୍ଟେସନରେ ପହଂଚିବା ପୂର୍ବରୁ ଖଜୁରପଡା ଫାଟକରେ ଇଂଜିନରୁ ୮ଟି ୱାଗନ ଅଲଗା ହୋଇଯାଇଥିଲା।ଲୋକୋ ପାଇଲଟ ଜାଣିିବା ପରେ ଟିଟିଲାଗଡ଼ ରେଳ ଷ୍ଟେସନକୁ ଜଣାଇଥିଲେ। ଖବର ପାଇ ଏକ ବୈଷୟିକ ଟିମ ଆସି ଅଲଗା ହୋଇ ରହିଥିବା ବଗି ଗୁଡିକୁ ଯାଞ୍ଚ କରିଥିଲେ। ପୁଣି ଟ୍ରେନଟିକୁ ପଛକୁ ଫେରାଇ ଅଲଗା ରହିଯାଇଥିବା ୱାଗନ ଗୁଡିକୁ ସଂଯୋଗ କରିଥିଲେ। ଅଘଟଣ ପାଇଁ ଖଜୁରପଡା ଫାଟକ ଦେଢ଼ ଘଣ୍ଟା ଧରି ବନ୍ଦ ରହିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।.

Leave A Reply

Your email address will not be published.