ବ୍ୟାୟାମ କରୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁରସ୍ଥିତ ଶ୍ରୀ ଅରବିନ୍ଦ ଷ୍ଟଡି ସର୍କଲରେ ବ୍ୟାୟାମ କରୁଥିବା ବେଳେ ଦଶମ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ। ମୃତକ ହେଲେ ଏମଡି ମୋହାଦିସ ନୌସାଦ। ସୂଚନା ମୁତାବକ,  ଆଜି ସକାଳେ ଶ୍ରୀ ଅରବିନ୍ଦ ଷ୍ଟଡି ସର୍କଲରେ ଛାତ୍ରଛାତ୍ରୀମାନେ ଏକତ୍ରିତ  ବ୍ୟାୟାମ କରୁଥିବା ବେଳେ ଦଶମ ଶ୍ରେଣୀ ଛାତ୍ର ଏମଡି ମୋହାଦିସ ନୌସାଦ ହଠାତ ତଳେ ପଡ଼ିଯାଇଥିଲେ। ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟକୁ ନିଆଯାଇଥିଲା ସେଠାରୁ ତାଙ୍କୁ ରାଉରକେଲା ସ୍ଥିତ ଘରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ  ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.