ବୈତରଣୀର ବଳରାମପୁରରେ ଧସିଲା ୨୦୦ ଫୁଟ୍‌ର ବନ୍ଧ

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ କମାରଡ଼ିହ ପଂଚାୟତ ବଳରାମପୁର ଠାରେ ୨୦୦ ଫୁଟର ବନ୍ଧ ଧସିଯିବା ପରେ ଅଂଚଳବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଲଗାଣ ବର୍ଷକୁ ବୈତରଣୀରେ ବନ୍ୟା ଆସିବା ଫଳରେ ବନ୍ଧରୁ ଅତଡ଼ା ଖସୁଥିବା ଦେଖିବାକୁ ମିଳିଛି। ବନ୍ଧ ମରାମତି କାର୍ଯ୍ୟ ଜଳସମ୍ପଦ ବିଭାଗ ଆରମ୍ଭ କରିଛି। କିନ୍ତୁ ଲଗାଣ ବର୍ଷା ଜାରି ରହିଥିବାରୁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏହାରି ଭିତରେ ବୈତରଣୀର ଉପର ମୁଣ୍ଡରେ କେନ୍ଦୁଝରରେ ପ୍ରବଳ ବର୍ଷା ହୋଇଥିବାରୁ ବନ୍ୟା ଜଳ ଧସିଥିବା ସ୍ଥାନରେ ପହଁଚିଯାଇଛି। ଫଳରେ ମରାମତି କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏଣୁ ନଦୀକୂଳ ବସି ଭୟଭୀତ ଅବସ୍ଥାରେ ରାତି କାଟୁଛନ୍ତି।

Leave A Reply

Your email address will not be published.