ଦୁଇ କିମି ଚାଲିଲେ, ୩ ନାଳ ପାର ହେଲେ ଦୁଇ ଗର୍ଭବତୀ

ହରିଚନ୍ଦନପୁର: ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଗାଁକୁ ଆସିପାରୁ ନାହିଁ। ତେଣୁ ଦୁଇଜଣ ଗର୍ଭବତୀଙ୍କୁ ଦୁଇ କିଲୋମିଟର ଚାଲିବା ସହ ତିନିଟି ନାଳ ପାର ହେବାକୁ ପଡ଼ିଛି। ଜନନୀ ଯନ୍ତ୍ରଣାର ଏପରି ବିକଳ ଚିତ୍ର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ତରଣୀ ଜୁଆଙ୍ଗଙ୍କ ପତ୍ନୀ ସାଇତି (୨୦) ଏବଂ ରବୀନ୍ଦ୍ର ଜୁଆଙ୍ଗଙ୍କ ପତ୍ନୀ ରଇବାରୀ (୨୨)ଙ୍କ ପ୍ରସବ ସମୟ ପାଖେଇ ଆସିବାରୁ ଉଭୟଙ୍କୁ ଆଜି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମା ଗୃହକୁ ନେବାର ଥିଲା। ଏଥିପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ।

gpkandhamal

ତେବେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରେ ନାହିଁ। ତେଣୁ ରୋଗୀଙ୍କୁ ରାଣୀପଦା ଗ୍ରାମ ପର୍ଯ୍ୟନ୍ତ ନିଆଯାଏ। ସେଠାରୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଯାଏ। ଦୁଇ ଗର୍ଭବତୀ ସାଇତି ଓ ରଇବାରୀ ପରିବାର ଲୋକଙ୍କ ସହ ଦୁଇ କିଲୋମିଟର ଚାଲିଚାଲି ତିନିଟି ନାଳ ପାର ହୋଇ ରାଣୀପଦା ଗ୍ରାମକୁ ଆସିଥିଲେ। ସେଠାରେ ୫ ଘଣ୍ଟା ଅପେକ୍ଷା କରିବା ପରେ ଆମ୍ବୁଲାନ୍ସ ପହଞ୍ଚିଥିଲା ବୋଲି ଗ୍ରାମର ସଞ୍ଜୟ କୁମାର ମହାକୁଡ଼ କହିଛନ୍ତି। ଦୁର୍ଗମ କହ୍ନେଇଗୋଳା ଗ୍ରାମକୁ ରାସ୍ତା ନଥିବାରୁ ବାରମ୍ବାର ଏଭଳି ଚିତ୍ର ସାମ୍ନାକୁ ଆସୁଛି।

Umasankar Adv
Leave A Reply

Your email address will not be published.