୫ ଦିନ ପରେ ପବିତ୍ର ରକ୍ଷାବନ୍ଧନ

ପୁରୀ: ଆଉ ୫ ଦିନ ପରେ ପବିତ୍ର ରକ୍ଷାବନ୍ଧନ। ମାନବଦେହୀ ମହାପ୍ରଭୁ ଶ୍ରୀଜଗନ୍ନାଥ ବି ଏହି ଲୀଳାଖେଳରେ ବାନ୍ଧି ହୋଇ ରହିଛନ୍ତି। ପବିତ୍ର ଗହ୍ମାପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଠାକୁର ଶ୍ରୀବଳଭଦ୍ର ବି ସାନ ଭଉଣୀ ହାତରୁ ରାଖୀ ବାନ୍ଧିବେ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଆଗେଇ ଚାଲିଛି। ସ୍ବତନ୍ତ୍ର ଶୈଳୀରେ ମହାପ୍ରଭୁଙ୍କ ପାଇଁ ରାଖୀ ପ୍ରସ୍ତୁତ ଚାଲିଛି।

gpkandhamal

ପାଟରା ବିଶୋଇ ସେବକମାନେ ଏହି କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଶ୍ରୀଜଗନ୍ନାଥଙ୍କ ପାଇଁ ଦୁଇଟି ଓ ବଳଭଦ୍ରଙ୍କର ଦୁଇଟି, ଏପରି ପାଇଁ ୪ଟି ରାଖୀ ପ୍ରସ୍ତୁତ ଚାଲିଛି। ନାଲି ଓ ହଳଦିଆ ରଙ୍ଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଓ ସବୁଜ ଓ ବାଇଗଣି ରଙ୍ଗରେ ବଡ଼ଠାକୁରଙ୍କ ପାଇଁ ରାଖୀ ପ୍ରସ୍ତୁତ ହେଉଛି। ସେହିଭଳି ଦୁଇ ଠାକୁରଙ୍କ ପାଇଁ ଦୁଇଟି ଲେଖାଏଁ ଚାରିଟି ଗୁଆମାଳ ବି ପ୍ରସ୍ତୁତ ଚାଲିଛି। ପ୍ରତି ଗୁଆ ମାଳରେ ୫୪ଟି ଲେଖାଏଁ ଚୋପା ଛଡ଼ା ଗୁଆ ଗୁନ୍ଥା ଯାଇଛି। ନାଲି ଓ ହଳଦିଆ ରଙ୍ଗର ଗୁଆମାଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଓ ସବୁଜ ଓ ବାଇଗଣି ରଙ୍ଗର ଗୁଆମାଳ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ପାଇଁ ପ୍ରସ୍ତୁତ କରାଯାଉଛି।

Umasankar Adv
Leave A Reply

Your email address will not be published.